ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବଶକ୍ତି ସମର୍ପିତ ଓଡ଼ିଶା ପକ୍ଷରୁ ବୃକ୍ଷ ରୋପଣ ଓ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ

କାମାକ୍ଷାନଗର: ୦୭-୦୮-୨୦୨୨ ଆଜି ଜିରିଡାମାଳି ସାବିତ୍ରୀ ଦେବୀ ବରିଷ୍ଠ ନାଗରିକ ଗୃହ ଠାରେ ସମାଜସେବୀ ସୁଶ୍ରୀ  ସୀମାରାଣୀ ବାରିକ ଙ୍କର ଶୁଭ ଜନ୍ମଦିନ ଅବସରରେ “ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ ବୃକ୍ଷ ରୋପଣ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇ ବୃଦ୍ଧ ବୃଦ୍ଧା ଗହଣ ରେ ଜନ୍ମଦିନ ପାଳନ କରାଯାଇଥିଲା, ବୃକ୍ଷ ହିଁ ଜୀବନ ଆମ ପରିବେଶ କୁ ସବୁଜ ସୁନ୍ଦର ରଖିବା ପାଇଁ ହେଲେ ଆମ ସମସ୍ତ ଙ୍କୁ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବା ନିହାତି ଆବଶ୍ୟକ, ଆଜି ଏହି ବୃଦ୍ଧାଶ୍ରମ ରେ ବୃଦ୍ଧ ମଉସା ମାଉସୀ ଙ୍କ ସହିତ କିଛି ଗପସପ କରି ବଡ଼ ଆନନ୍ଦିତ ମନେ କରିଲି ଏଠି ମୁଁ ସମସ୍ତ ଙ୍କୁ କହି ରଖିବି ଯେଉଁ ବାପା ମା ଏତେ ପରିଶ୍ରମ ଦୁଃଖ କଷ୍ଟ ସହି ଆପଣ ମାନଙ୍କୁ ଛୋଟ ରୁ ବଡ଼ କରି ଅଛନ୍ତି ସେହି ବାପା ମା ଙ୍କୁ ଆମେ ବୃଦ୍ଧ ଅବସ୍ଥାରେ ସେମାନଙ୍କର ଯତ୍ନ କରିବା ବଦଳ ରେ ଆମେ ସେମାନଙ୍କୁ ବୃଦ୍ଧାଶ୍ରମ ରେ ଛାଡି ଦେଉ ଅଛନ୍ତି ଏହା ଦ୍ୱାରା ଆମେ ସମାଜ ରୁ କି ଶିକ୍ଷା ଲାଭ କରୁ ଅଛନ୍ତି, ଏଣୁ ମୋର ସମସ୍ତଙ୍କୁ ନିବେଦନ ନିଜ ବୃଦ୍ଧ ବୃଦ୍ଧା ବାପା ମା ଙ୍କୁ ବୃଦ୍ଧ ଅବସ୍ଥାରେ ନିଜ ପାଖରେ ରଖନ୍ତୁ ଓ ସମସ୍ତ ପ୍ରକାର ଯତ୍ନ ନିଅନ୍ତୁ ବୋଲି ଯୁବଶକ୍ତିର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିବ ମତ ରଖିଥିଲେ, ଆଜିର ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ମଳୟ କୁମାର ପଣ୍ଡା, ଜ୍ଞାନ ରଞ୍ଜନ ବାରିକ, ରଞ୍ଜିତା ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଦୁର୍ଘଟଣା କୁ ହାତଠାରି ଡାକୁଛି ମୁଣ୍ଡରା ନଦୀ ବ୍ରିଜ ର ଫାଟ, ଜାତୀୟ ରାଜପଥ ବିଭାଗ ନିଦାବିଷ୍ଣୁ

Sunil Chandra Nayak

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ର ବୈଠକ , ଧର୍ମଗଡ ବ୍ଲକ ର ସାଂଗଠାନିକ ନିର୍ବାଚନ

Sunil Chandra Nayak

ନର୍ଲା ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଓ କଳା ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!