ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିପତି ପ୍ରଧାନ ଙ୍କ କବିତା ଶ୍ରାବଣୀ

ଶ୍ରାବଣୀ 

ଶ୍ରାବଣୀ ଗୋ ତୁମ ଦୟା, ଧର୍ମ,ପ୍ରେମ
ରଖି ନାହଁ କିବା ଏ ଜଗତେ
ତଵ ଆଗମନ ଭରେ ପ୍ରାଣୀ ମନ
ଦେଖା ନାହିଁ କାହିଁ ହୃଦ ଗତେ (1)
ପ୍ରକୃତି ସୁଷମା ନଥିଲା ଉପମା
ଲୋଭା ମନମୁଗ୍ଧ ଶୋଭାରାଜି
ଝିମି ଝିମି ସୁର ତାନରେ ନୂପୁର
ଭାଜୁ ଥିଲ ଗ୍ରୀଷ୍ମ କଷ୍ଟରାଜି (2)
ବନ ଉପବନ ପ୍ରାନ୍ତର କାନନ
ସବୁଜିମାମୟ ବସ୍ତ୍ରାବୃତ୍ତେ
ସାଧବ ବଧୂର ଅଙ୍କେ ଆଙ୍କିତୋର
ପାଦ ପାତ ବୀଣା ସୁସଂଗୀତେ (3)
କ୍ଷେତେ କର୍ମରତ ଜନ ମୁଖ ଗୀତ
ଗୃହ ଲଷ୍ମୀ ସୃଷ୍ଟି ହୁଳହୁଳି
ଦେବରାଜ ସଭା ଅପ୍ସରୀଙ୍କ ଆଭା
ନୃତ୍ୟରତା ନୁହଁ ଆଜିକାଲି (4)
କୁହଇ ଶ୍ରାବଣୀ ବାହୁନି ବାହୁନି
ଶ୍ରେଷ୍ଠପ୍ରାଣୀ ଭ୍ରାତା, ମୁଁ ଭଗିନୀ
ଭାଇ ମୋ ବିଜ୍ଞାନ ବଳେ ବଳିୟାନ
ଶ୍ରବଣା ଗଢିଲା ମୋତେ ପୁଣି (5)
ଉପଭୋଗ୍ୟ ଲୋଭ ହରି ମୋ ଶୁଲୋଭ
ମୋହେ ମାତି କଲେ ହୀନିମାନୀ
ଶ୍ରୀହୀନ ପରାୟେ ପଡି ଅଛି କାୟେ
ପ୍ରଶବ ବିହୀନ ମୁଁ ଜନନୀ (6)

    ତ୍ରିପତି ପ୍ରଧାନ

ସଂସ୍କୃତ ଶିକ୍ଷକ, ଚିକିଟି, ଗଞ୍ଜାମ

Related posts

ଜନରଞ୍ଜନ ପ୍ରଧାନ ଙ୍କ କବିତା ନିଷ୍ଠା ଓ ଲକ୍ଷ୍ଯ 

Sunil Chandra Nayak

ଭବାନୀପାଟଣା ସଦର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ମହିଳା ଆକାଉଣ୍ଟଟେଣ୍ଟ ଙ୍କ କଳାକାରନାମା

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!