ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୈଜ୍ଞାନିକ ମନୋଭାବ ପତ୍ରିକାର ଉନ୍ମୋଚନ

ରାଉରକେଲା/ବୈଜ୍ଞାନିକ ମନୋଭାବ ବିକାଶ ନିମିତ୍ତ ଦାତ୍ତବ୍ୟ ଟ୍ରଷ୍ଟ କେନ୍ଦ୍ର ପକ୍ଷରୁ ଜଗଦା ର ମାନବ ସେବା ସଦନ ଠାରେ ତ୍ରୟମାସିକ ପତ୍ରିକା ” ବୈଜ୍ଞାନିକ ମନୋଭାବ ” ଉନ୍ମୋଚିତ ହୋଇ ଯାଇଛି। ପୁସ୍ତକର ସଂପାଦକ ପ୍ରଫେସର ଡଃ ଶଶିକାନ୍ତ ଆଚାର୍ଯ୍ୟ ଙ୍କ ସଭପତିତ୍ବ ତଥା କବି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ମୁଖ୍ୟଅତିଥି, ହେତୁବାଦୀ ଗଗନ ବିହାରୀ ଧଳ ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁସ୍ତକ କୁ ଉନ୍ମୋଚିତ କରିଥିଲେ। ପୁସ୍ତକ କୁ ସମୀକ୍ଷା କରି ମୁଖ୍ୟ ଅତିଥି ଶ୍ରୀ ଚାଟାର୍ଜୀ କହିଲେ ଯେ ଅବଚେତନ ସ୍ତରକୁ ଅତିକ୍ରମ କଲେ ମଣିଷ ସଚେତନ ସ୍ତରକୁ ଆସିଥାଏ। କୌଣସି କଥାକୁ ଅନ୍ଧ ଭାବେ ଗ୍ରହଣ ନକରି ଯୁକ୍ତି ତଥା ବିଜ୍ଞାନ ମନୋଭାବ ସହ ଗ୍ରହଣ କଲେ ତାହା ତଥ୍ୟ ସମ୍ବଳିତ ହୋଇ ସମାଜ ର ଉନ୍ନତି ସାଧନ କରିଥାଏ। ସମ୍ମାନିତ ଅତିଥି ଶ୍ରୀ ଧଳ ତାଙ୍କ ବକ୍ତବ୍ଯରେ କହିଲେ ଯେ କୌଣସି ବିଷୟ ବିଜ୍ଞାନ ଆଧାରିତ ତଥ୍ୟ ଯୋଗ୍ୟ ହେଲେ ଗ୍ରହଣୀୟ ହୁଏ। ବୈଜ୍ଞାନିକ ଗବେଷଣା ଲବ୍ଧ ପ୍ରଯୁକ୍ତି ବିଦ୍ୟାର ଅବଦାନ ତାହା ସଭ୍ୟତାର ଅଂଶବିଶେଷ ହୋଇପାରେ କିନ୍ତୁ ଏହା ବୈଜ୍ଞାନିକ ସଂସ୍କୃତିର ପରିପ୍ରକାଶ ନୁହେଁ। ଅନ୍ୟତମ ଅତିଥି ଶ୍ରୀ ରାଉତ ନିଜ ଅଭିଜ୍ଞତା ବଖାଣିବା ସହ ସବୁ କ୍ଷେତ୍ରରେ ବୈଜ୍ଞାନିକ ମନୋଭାବ ଆପଣେଇବାକୁ ଆହ୍ବାନ ଦେଇଥିଲେ। ସଭାପତିତ୍ବ କରୁଥିବା ପ୍ରଫେସର ଡଃ ଆଚାର୍ଯ୍ୟ ପୁସ୍ତକ ସଂପର୍କରେ ଆଲୋଚନା କରିବା ସହ ପୁସ୍ତକରେ ପ୍ରକାଶିତ ସମସ୍ତ ଲେଖକଙ୍କୁ ସେମାନଙ୍କ ସର୍ଜନା ପାଇଁ କୃତଜ୍ଞତା ଜଣାଇଥିଲେ। ସଂଯୋଜକ ଶ୍ରୀ ମହାପାତ୍ର ବୈଜ୍ଞାନିକ ମନୋଭାବ ପୁସ୍ତକ କିପରି ବୁଦ୍ଧିଜୀବୀ ଙ୍କ ମହଲରେ ଆଦୃତ ହୋଇଛି ଓ ଏହା କିପରି ଜୀବନର ସତ୍ୟକୁ ଉଦଭାସିତ କରିଛି ସେ ସଂପର୍କରେ ବକ୍ତବ୍ଯ ରଖିଥିଲେ। ଶେଷରେ ଅନ୍ୟତମ ସଂପାଦକ ହେମନ୍ତା ତାଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସେବା ସଦନର ଅନ୍ତେବାସୀ ସହ ସ୍ଥାନୀୟ ଏନଆଇଟିର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଖଡିଆଳ ସିଡ଼ିପିଓ ଓ ଚାଇଲଡ଼ ଲାଇନ ଉଦ୍ୟମରେ ଭିନ୍ନକ୍ଷମ ଶିଶୁକୁ ମଙ୍ଗଳ ଗୋଷ୍ଠି କୁ ସ୍ଥାନାନ୍ତର

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଶିଶୁ ଯୌନ ନିର୍ଯ୍ୟାତନା ଓ ଶିକ୍ଷା ଅଧିକାର ଆଇନ ସମ୍ପର୍କିତ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!