ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଅଭିମାନିନୀ ଶ୍ରାବଣୀ

ଅଭିମାନିନୀ ଶ୍ରାବଣୀ

ପ୍ରଶାନ୍ତ କୁମାର ନାଥ

ଶ୍ରାବଣେ ଶ୍ରାବଣୀ ଭାରି ଅଭିମାନୀ
     ବୁଛୁନି ମାଟିର କଥା
ବରଷି ବରଷି ଭସେଇ ଦେଲାଣି
    ଭୋଗୁଛି ସେ ବଡ଼ ଵ୍ୟଥା। 
ଆସିଲେ ଶ୍ରାବଣୀ ହସେ ମେଘମାଳ
     ଆଖିର କଜଳ ନାଇ
ଆଜି ଏ ଶ୍ରାବଣୀ କାନ୍ଦେ ଅସୁମାରି
     ଆଖିର କଜଳ ଧୋଇ। 
ଥିଲା ତା’ର ଛନ୍ଦ ମାଟିର ଛାତିରେ
     ଝରୁଥିଲା ଵୁନ୍ଦ ଵୁନ୍ଦ। 
ଅଭିମାନୀ ହେଇ ବରଷୁଛି ଆଜି
    ମାଟି ଭାଗ୍ୟ ହୁଏ ମନ୍ଦ। 
ନାହିଁ ଥଳକୂଳ ମାଟିର ଆକାର
    ଜଳାନଵ ଦିଶେ ମହୀ
ତଥାପି କାହିଁକି ଭଲ ପାଏ ଵେଶି
     ଶ୍ରାବଣୀ ପ୍ରେମିକ କହି। 
ବେଶି ସେ ଫୁଲେଇ ଶ୍ରାବଣ ଆକାଶେ
     ଵରଷାର ଛିଟା ହେଇ
ଛନ୍ଦ ନାୟୀକା ସେ ତ୍ରିଭଙ୍ଗି ଠାଣିରେ
     ମାଟିକୁ ଚୁମ୍ବନ ଦେଇ। 
ଶୁଖିଲା ମାଟିକୁ ଭିଜେଇ ତିନ୍ତେଇ
     କଲାଣି ତାକୁ ତରଳ
ତଥାପି ଶ୍ରାବଣୀ ଛାଡୁନି ମାଟିକୁ
     ଭରୁଅଛି ଭାରି ଜଳ।।
ପ୍ରଶାନ୍ତ କୁମାର ନାଥ
 ଜୁଣଗଡି (ରାଜନଗର )କେନ୍ଦ୍ରାପଡ଼ା।

Related posts

ରାଉରକେଲା ର ସ୍ବପ୍ନା ଭାରତୀଙ୍କୁ ମିସେସ ଇଣ୍ଡିଆ ଡିଭା ର ପ୍ରଥମ ରନର୍ସଅପ ଟାଇଟଲ

Sunil Chandra Nayak

ଟିକିରୀ ସ୍ଥିତ ଗେଷ୍ଟହାଉସରେ ଉତ୍କଳ ଆଲୁମିନା ପକ୍ଷରୁ ସ୍ଵତନ୍ତ୍ର କାର୍ଯ୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

ନିକୁଞ୍ଜ କୁମାର ଘୋଷ ଙ୍କ କବିତା ପାର୍ବଣେ ନବଦୁର୍ଗା 

Sunil Chandra Nayak

Leave a Comment

error: Content is protected !!