ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ ଙ୍କ କବିତା   ଆସିଲା ବରଷା 

ଆସିଲା ବରଷା 

           

     କବିତା ସାହୁ    

ସରିଲା ଗ୍ରୀଷିମ ମୁଣ୍ଡ ଫଟା ଖରା 
ଝରିଲା ଆକାଶୁ ବରଷାର ଧାରା ।
ପଶ୍ଚିମ ଆକାଶୁ ମେଘ ଘୋଟି ଆସେ 
କଳା ବଉଦର ଚାଦର ଘେରି ।
ସୁରୁଜ ଲୁଚଇ ଖରା ନ ଆସଇ
ଘଡଘଡି ମାରେ
ବିଜୁଳି ଚମକେ ରହି ରହି ।
ଭେଳା ଭେଳା ଭସା ବାଦଲ ଭାସଇ 
ଜହ୍ନ ତାରକାର ଦେଖା ନ ମିଳଇ ।
ସବୁଜ ସୁନ୍ଦର  ଧରଣୀ ଦିଶଇ 
ପୁରି ଉଠିଲାଣି ନଦୀ ପୋଖରୀ 
କୁମୁଦ କମଳ ମନକୁ ହରି ।
ନାନା ଜାତି ଫଳଫୁଲେ 
ବାଡି ବଗିଚା ଯାଇଛି ଭରି।
ନାଲି ଟୁକୁ ଟୁକୁ ସାଧବ ବୋହୁ
ଘାସ ଗାଲିଚାରେ ମନକୁ ମୋହୁ ।
ହଳ ଧରି ବିଲେ କୃଷକ ଭାଇ 
ଗାଉଅଛି ଗୀତ ଆନନ୍ଦ ହୋଇ ।
ପ୍ରକୃତି ରାଣୀ ର ମହାନ ଦାନ 
ଜୀବ ଜଗତ ର ମଙ୍ଗଳ କାମ୍ଯ ।
ଜୟପୁର 

Related posts

କୋକସରା ବ୍ଲକ ସଭାଗୃହ ରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଙ୍କର ଗିରଫ କୁ ନେଇ ଫୁଲବାଣୀ ପ୍ରେସକ୍ଳବ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

Leave a Comment

error: Content is protected !!