Uncategorizedକବିତା ସାହୁ ଙ୍କ କବିତା ଆସିଲା ବରଷା by Sunil Chandra NayakAugust 10, 2022090 Share0 ଆସିଲା ବରଷା କବିତା ସାହୁ ସରିଲା ଗ୍ରୀଷିମ ମୁଣ୍ଡ ଫଟା ଖରା ଝରିଲା ଆକାଶୁ ବରଷାର ଧାରା । ପଶ୍ଚିମ ଆକାଶୁ ମେଘ ଘୋଟି ଆସେ କଳା ବଉଦର ଚାଦର ଘେରି । ସୁରୁଜ ଲୁଚଇ ଖରା ନ ଆସଇ ଘଡଘଡି ମାରେ ବିଜୁଳି ଚମକେ ରହି ରହି । ଭେଳା ଭେଳା ଭସା ବାଦଲ ଭାସଇ ଜହ୍ନ ତାରକାର ଦେଖା ନ ମିଳଇ । ସବୁଜ ସୁନ୍ଦର ଧରଣୀ ଦିଶଇ ପୁରି ଉଠିଲାଣି ନଦୀ ପୋଖରୀ କୁମୁଦ କମଳ ମନକୁ ହରି । ନାନା ଜାତି ଫଳଫୁଲେ ବାଡି ବଗିଚା ଯାଇଛି ଭରି। ନାଲି ଟୁକୁ ଟୁକୁ ସାଧବ ବୋହୁ ଘାସ ଗାଲିଚାରେ ମନକୁ ମୋହୁ । ହଳ ଧରି ବିଲେ କୃଷକ ଭାଇ ଗାଉଅଛି ଗୀତ ଆନନ୍ଦ ହୋଇ । ପ୍ରକୃତି ରାଣୀ ର ମହାନ ଦାନ ଜୀବ ଜଗତ ର ମଙ୍ଗଳ କାମ୍ଯ । ଜୟପୁର