ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁରେ ଦିନକୁ ଦିନ ଚୋରି ବୃଦ୍ଧି, ପୋଲିସ ହାତ ଖାଲି

ଡାବୁଗାଁ, ୧୦/୮ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ସଦର ମହକୁମାସ୍ଥିତ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଠାରେ ମଙ୍ଗଳବାର ରାତ୍ରିରେ ବିଭିନ୍ନ ଜିନିଷ ପତ୍ର ଚୋରି ହୋଇଛି । ସୂଚନାଯୋଗ୍ୟ:- ମଙ୍ଗଳବାର ରାତ୍ରିରେ ଡାବୁଗାଁ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ର ରୋଷେଇ ଘର ର ତାଲା ଭାଙ୍ଗି ପିଲାମାନଙ୍କ ପାଇଁ ମଧ୍ୟାନ୍ନ ଭୋଜନ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ ଚୋରୀ ହୋଇଯାଇଛି | ବୁଧବାର ବିଦ୍ୟାଳୟ ଖୋଲିବା ପରେ ମଧ୍ୟାନ୍ନ ଭୋଜନ ପ୍ରସ୍ତୁତକାରୀ ରୋଷେୟା ରୋଷେଇ ଘର କୁ ଯାଇ ଦେଖିଥିଲେ ଯେ ଘର ର ତାଲା ଭଙ୍ଗା ଯାଇଛି | ଭିତରକୁ ଯାଇ ଦେଖିଥିଲେ ଯେ ସମସ୍ତ ସାମଗ୍ରୀ ଚୋରୀ ହୋଇଯାଇଛି | ଏନେଇ ରୋଷେୟା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଜଣାଇଥିଲେ | ଏହାପରେ ସମସ୍ତ ଶିକ୍ଷୟତ୍ରୀ ମାନେ ଯାଇ ଦେଖିଥିଲେ ଯେ ସମସ୍ତ ଜିନିଷପତ୍ର ଚୋରୀ ହୋଇଯାଇଛି | ଏଥିରେ ୨ ଟି ଗ୍ୟାସ ହାଣ୍ଡି, ଗ୍ୟାସ ଚୁଲା, ୪ଟି ହଣ୍ଡା, ୧ ଟି କଢେଇ ଓ ବିଭିନ୍ନ ରୋଷେଇ ସାମଗ୍ରୀ ଚୋରୀ ହୋଇଯାଇଛି | ଏନେଇ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ନିହାଲ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି | ଦିନକୁ ଦିନ ଡାବୁଗାଁ ଅଞ୍ଚଳରେ ଚୋରି ର ମାତ୍ରା ବଢ଼ିବାରେ ଲାଗିଛି । ଚୋର ପୋଲିସ କୁ ଓପେନ ଚ୍ୟାଲେଞ୍ଜ ଦେଉଛି ନା ପୋଲିସ ଚୋର ଲୁଚକାଳି ଖେଳ ଚାଲିଛି ବୋଲି ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ଏହା ପୂର୍ବରୁ ଉକ୍ତ ବିଦ୍ୟାଳୟରେ ୯.୪.୨୨ ତାରିଖ ଦିନ ୨ ଟି ଘରର ଝରକା, କବାଟ ଓ ୨୯.୭.୨୨ ତାରିଖ ଦିନ ୨ଟି ଝରକା ଚୋରୀ ହୋଇଥିଲା | ୧୫ ଦିନ ପୂର୍ବରୁ ଡାବୁଗାଁ ବଜାର ଉପରେ ପୋଲିସ ବିଟ ହାଉସ କୁ ଲାଗିକରି ଥିବା ଏକ ମୋଟର ପାର୍ଟ୍ସ ଦୋକାନର କାନ୍ଥ ଖୋଳି ଚୋର ଚୋରୀ କରି ନେଇଥିବା ବେଳେ ୩.୮.୨୨ ଦିନ ଜୟନ୍ତୀନଗର ସ୍ଥିତ ହରିକୃଷ୍ଣ ନାୟକଙ୍କ ଫାଟକ ଭାଙ୍ଗି ଏକ ମୋଟରସାଇକେଲ ଚୋରୀ ହୋଇଥିଲା |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଛିଲିପl ପଞ୍ଚlୟତ ଉଚ୍ଚ ବିଦ୍ୟାଳୟ ରେ ବନ ମହୋସ‌ଵ

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ର ସମୟ ସୀମାବୃଦ୍ଧି

Sunil Chandra Nayak

ନିରୁପମା ପାଣି ଙ୍କ କବିତା ସମାନତା

Sunil Chandra Nayak

Leave a Comment

error: Content is protected !!