ତେନ୍ତୁଳିଖୁଣ୍ଟି ୧୦/୦୮/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ସ୍ୱାଧୀନତା ର 75 ବର୍ଷ ଅବସରରେ ଅମୃତ ମହୋତ୍ସବ କିଭଳି ପାଳନ କରାଯିବ ସେ ନେଇ ଏକ ପ୍ରସ୍ତୁତି ବୈଠକ ପଂଚାୟତ ସମିତି ସମ୍ମିଳନୀ କକ୍ଷ ରେ ବୈଠକ ହୋଇଥିଲା। ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ଯେଭଳି ତ୍ରିରଙ୍ଗା ପତାକା କୁ ଅପମାନ ନହୁଏ ସେଥି ପ୍ରତି ଦୃଷ୍ଟି ଦେବା ସହ ପତାକା ଉଡାଇବା ନେଇ ସଚେତନ କରିବାକୁ ବି ଡି ଓ ଦୁର୍ଯ୍ୟୋଧନ ଭୋଇ କହିଥିଲେ। ପି ଇ ଓ ମାନେ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଥିଲା। ସ୍ୱାଧୀନତା ଦିବସ କୋବିଡ଼ ଗାଇଡ଼ ଲାଇନ ଅନୁସାରେ ପାଳନ କରିବାକୁ ଵର୍ତମାନ ର ସରକାରୀ ନିଷ୍ପତି। ଆଜି ଯଦି ନିଷ୍ପତ୍ତି ରେ କିଛି ପରିବର୍ତ୍ତନ କରି ଯାକ ଜକମ ରେ ପାଳନ କରିବାକୁ ନିର୍ଦେଶ ଆସେ ସେଥିପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ। ବୈଠକ ରେ ତେନ୍ତୁଳିଖୁଣ୍ଟି ଥାନା ଆଇ ଆଇ ସି ଉମେଶ ନାୟକ , ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜଗମୋହନ ମାଝୀ, ବି ଏସଏସ ଓ ରବିନ୍ଦ୍ର ସାହୁ ସମେତ ପଂଚାୟତ ସମିତି ଅଧ୍ୟକ୍ଷା ନିଳେନ୍ଦ୍ରି ନାୟକ ,ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ ସମେତ ପଂଚାୟତ ସମିତି ତଥା ପଂଚାୟତ ରେ କାର୍ଯ୍ୟରତ କର୍ମଚାରୀ ଉପସ୍ଥିତ ଥିଲେ।
ଗୋବର୍ଦ୍ଧନସାହୁ,ତେନ୍ତୁଳିଖୁଣ୍ଟି