ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ରାକ୍ଷୀ ମୋ ରାକ୍ଷୀ , ଦୁଃଖ ସୁଖର ସାକ୍ଷୀ 

ରାକ୍ଷୀ ମୋ ରାକ୍ଷୀ , ଦୁଃଖ ସୁଖର ସାକ୍ଷୀ 

ଜୟ କୁମାର ମିଶ୍ର, ବୁଦୁରା, ଗଜପତି 

ରାକ୍ଷୀ ମୋର ରାକ୍ଷୀ, ଦୁଃଖ, ସୁଖ ସାକ୍ଷୀ 
ହାତରେ ବାନ୍ଧିଲି ତୋତେ, 
ଭାଇ ଭଉଣୀର, ସମ୍ପର୍କ ବେଭାର 
ଅତୁଟ ରଖିବୁ କେତେ ll
କ୍ଷୀର ନୀର ସରି, ଭାବ ଯାଉ ଭରି 
ବିଛେଦ ନହେବ, କେବେ, 
ଦୁଃଖରେ କାତର, ସୁଖରେ ବିଭୋର
ହୋଇ ଭାଇ, ପାଶେ ଥିବ ll
ଛାୟା କାୟା ପରି, ଦିନ ଯାଉ ସରି
ବୁଝାବଣା ହେଉ ଭଲ, 
ନଖ ମାଂସ ସରି,ଦୃଢ଼ତାକୁ ଧରି 
ଭାଇ ରଖୁ ତାର ମୂଲ ll
ସୁଭଦ୍ରାଙ୍କ ସଂଗେ, କାଳିଆ ବଳିଆ 
ଭାଇ ଭଉଣୀଙ୍କ ସ୍ନେହ, 
ଯୁଗ ଯୁଗ ପାଇଁ, ଅଛି ସାକ୍ଷୀ ହୋଇ
ସେତ ଅତି ମଧୁମୟ ll
ରାକ୍ଷୀ ତୁହି ସାକ୍ଷୀ, ପଵିତ୍ର ବନ୍ଧନ 
ଅମର ପ୍ରେମର ହେତୁ, 
ନଲାଗୁ କଳଙ୍କ, ରହୁ ତୋର ଟେକ 
ମହିମାରେ ଦିନ ବିତୁ ll
ବିଭୁଙ୍କୁ ଗୁହାରୀ, କରୁଅଛି ଭାରି
ଏହି ତ ମାଗୁଣି ମୋର, 
ସ୍ନେହ ଅନୁରାଗ, ବନ୍ଧନ ସରାଗ  
ରହୁ ଅତୁଟ ଅପାର ll
ଚାହୁଁନି ମୁଁ ଧନ, ସମ୍ପଦ ବଣ୍ଟନ 
ଭାଇଙ୍କର ସୁଖ ଶିରୀ, 
ସେନହ ଅନୁରାଗ, ଭାବର ସରାଗ 
କେବେ ବି ନଯାଉ ସରି ll
ହେଉ ଚିରସ୍ରୋତା, ନିର୍ଝରଣୀ ମାତା 
ପୂଣ୍ୟ ଗୟା, ଗଙ୍ଗା ସରି, 
ଶ୍ରୀକୃଷ୍ଣ, ଦ୍ରୌପଦୀ, ଭାବନାକୁ ବାନ୍ଧି 
ଦିନ କାଳ ଯାଉ ସରି ll
ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 
ଡାକ-ଗୋରିବନ୍ଧା, ମାଧ୍ୟମ-କାଶୀନଗର, ଜିଲ୍ଲା-ଗଜପତି 
ଓଡିଶା, 761206, 

Related posts

ଯୁବକର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ମାରଓ୍ଵାଡି ଯୁବା ମଞ୍ଚ ପକ୍ଷରୁ  ନବଜାତ  ଶିଶୁଙ୍କୁ କିଟ୍ ଓ ଫଳ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ସକାଳ ବନ୍ଦନା

Leave a Comment

error: Content is protected !!