ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଏସଟି ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ରୁପ୍ରା ଠାରୁ ବାଲିପଡା ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ 

ରୁପ୍ରା, ୧୨/୮ (ମନିସ) : ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଚାଉଳ, ଚୁଡା, ମୁଢି, କ୍ଷୀର ଓ ଦହି ସମେତ ଅନ୍ୟାନ୍ୟ କେତେକ ସାମଗ୍ରୀ ଉପରେ କେନ୍ଦ୍ର ସରକାର ୫ ପ୍ରତିଶତ ରୁ ୧୮ ପ୍ରତିଶତ ପର୍ଯ୍ୟନ୍ତ ଜିଏସଟି ଲାଗୁ କରିଥିବାରୁ ଏହାର ପ୍ରତିବାଦ ସ୍ୱରୁପ ଏଆଇସିସି ଓ ପିସିସି ମୁଖ୍ୟ ତଥା କଂଗ୍ରେସ କମିଟିର ବରିଷ୍ଠ ଟାଣୁଆ ନେତା ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପଦଯାତ୍ରା ଗତ ମଙ୍ଗଳବାର ୯ ତାରିଖ ଦିନ ଅନୁଷ୍ଠିତ ହେବାର ଥିଲା, ମାତ୍ର ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଏହା ଆଜି ଅନୁଷ୍ଠିତ ହେଲା ବୋଲି ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ ସୂଚନା ଦେଇ କହିଛନ୍ତି। ନର୍ଲା ବ୍ଲକ୍ କଂଗ୍ରେସ କମିଟି ସଭାପତି ସମୀର ଚାନ୍ଦଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ ଯୋଗଦାନ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି କୁ ଭର୍ସନା କରିବା ସହିତ ମଧ୍ୟବିତ ତଥା ଗରିବ ଲୋକମାନେ ବ୍ୟବହାର କରୁଥିବା କିଛି ସାମଗ୍ରୀ ଉପରେ ଜିଏସଟି ଲଗାଇ ଥିବାରୁ ଏହାର ବିରୋଧ କରିଥିଲେ ଓ ଏହି ପଦଯାତ୍ରା ଜିଲ୍ଲା ର ସମସ୍ତ ବ୍ଲକରେ ୧୪ ତାରିଖ ରବିବାର ସୁଦ୍ଧା ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ। ସେହିପରି ବ୍ଲକ୍ ସଭାପତି ସମୀର ଚାନ୍ଦ କେନ୍ଦ୍ର ସରକାରଙ୍କ ଖାଉଟି ସାମଗ୍ରୀ ଉପରେ ଜିଏସଟି ଲଗାଇ ଥିବାରୁ ଦୃଢ ନିନ୍ଦା କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଏହି ପଦଯାତ୍ରାରେ ମହିଳା କଂଗ୍ରେସ ସଭାପତି ମାହେନ୍ଦ୍ରି ସାହୁ, ନର୍ଲା ବ୍ଲକ ସମ୍ପାଦକ ମଳୟ ଦାସ,ବରିଷ୍ଠ କର୍ମୀ ରଜନୀ କୁମାର, ଜନ୍ମେଜୟ ଭୋଇ, ପର୍ଶୁରାମ କୁମାର, ଯୁବନେତା ଦେବାଶିଷ କୁମାର, ସୁନୀତା ନାଏକ, ଜ୍ୟୋତି ବେହେରା, ପରମେଶ୍ୱର ବାଗ, ରାଜକୁମାର ସରାଫ, ଦିବାକର ବେହେରା ଓ ପିତାମ୍ବର ପଟେଲଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଯୋଗଦାନ କରିଥିଲେ ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଆମ ଆଦମୀ ପାର୍ଟି ପକ୍ଷରୁ ଅସହାୟ ରୋଗୀ ଙ୍କୁ ଔଷଧ ପ୍ରଦାନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ତେନ୍ତୁଳିଖୁଣ୍ଟି ର ବାରିଜ ହେଲେ ନବରଙ୍ଗପୁର ପାଇକାରି ଖାଉଟି ସମବାୟ ଭଣ୍ଡାର ଲିଃ ସଭାପତି

Sunil Chandra Nayak

Leave a Comment

error: Content is protected !!