ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେନ୍ଦ୍ରୀୟ ବିଦ୍ୟାଳୟ କନ୍ଧମାଳ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯକ୍ରମ ଅନୁଷ୍ଠିତ

ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ସାରା ଦେଶରେ ଧୁମ୍ ଧାମରେ ପାଳନ କରାଯାଉଛି । ଏହି ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ କନ୍ଧମାଳ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯକ୍ରମ ଆୟୋଜିତ ହୋଇ ଯାଇଛି।କେନ୍ଦ୍ରୀୟ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ନାହାର ସିଂ ମୀନା କାର୍ଯକ୍ରମ ଉଦଘାଟନ କରି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବୋଧିତ କରିଥିଲେ। ଘରେ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ସମ୍ବିଧାନରେ ହୋଇଥିବା ସଂଶୋଧନ ବିଷୟରେ ଜନ ସାଧାରଣଙ୍କୁ ସଚେତନ କରିବା ନିମନ୍ତେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ଶୋଭାଯାତ୍ରାର ଆୟୋଜନ ହୋଇଥିଲା।ଉକ୍ତ ସଭାଯାତ୍ରା କେନ୍ଦ୍ରୀୟ ବିଦ୍ୟାଳୟ ରୁ ବାହାରି ନାରାୟଣୀ ମନ୍ଦିର ଗେଟ ପର୍ଯ୍ୟନ୍ତ ପହଞ୍ଚି ଥିଲା । ଏହି ବିଦ୍ୟାଳୟର ଶିକ୍ଷକ ନୀରଜ ସିଂ, ସତ୍ୟରଞ୍ଜନ ନାଗ, ପ୍ରଶାନ୍ତ କୁମାର ମହାପାତ୍ର ଆୟୋଜିତ କାର୍ଯକ୍ରମ କୁ ସୂଚାରୁ ଭାବେ ପରିଚାଳନା କରିଥିଲେ । ଶିକ୍ଷକ କିରଣ କୁମାର ଭୋଇ, ଡି ଦେଶମୁଖ ତଥା ଅନ୍ୟ ସମସ୍ତ ଶିକ୍ଷକ ସହଯୋଗ କରିଥିଲେ। ଆୟୋଜିତ ରାଲି ସଭାଯାତ୍ରା ରେ ବିଦ୍ୟାଳୟ ର ୪୦୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାଏକ ଙ୍କ ରିପୋର୍ଟ 

Related posts

ମିନତି ଙ୍କ କବିତା ଶଙ୍ଖା ସିନ୍ଦୂର

Sunil Chandra Nayak

ଉତ୍ତର ଓଡିଶା ରେଳ ବିକାଶ ସମନ୍ବୟ ସମିତି ର ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତାଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!