ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଲାମୁଣ୍ଡା ସାକ୍ଷର ଭାରତ ପ୍ରେରକ୍ ସଂଘ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବୀ ପତ୍ରପ୍ରଦାନ

ଗୋଳାମୁଣ୍ଡା/୧୨/୮/ମସିହା/ଆଜି ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ ସମସ୍ତ ପଞ୍ଚାୟତ ରୁ ଆସିଥିବା ସମସ୍ତ ସାକ୍ଷର ଭାରତ ଅଭିଯାନ ପ୍ରେରକ ଭାଇ ଓ ଭଉଣୀ ମାନେ ” ନିଉ ଇଣ୍ଡିଆନ ଲିଟ୍ରସି ପ୍ରୋଗ୍ରାମ”ରେ ପ୍ରେରକଙ୍କୁ ସାମିଲ କରିବାକୁ ଗୋଳାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ନବକିଶୋର ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଥିଲେ। ପ୍ରକାଶ ଥାଉକି ଗତ ଫେବୃଆରୀ 2011ରେ କେନ୍ଦ୍ର ସରକାରଙ୍କ ତରଫରୁ ଦେଶର ଯେଉଁ ଜିଲ୍ଲା ର ମହିଳା ସାକ୍ଷରତା ହାର 50ଶତକଡା ଠାରୁ କମ୍ ସେହି ଜିଲ୍ଲା ମାନଙ୍କରେ ସାକ୍ଷର ଭାରତ କାର୍ଯ୍ୟକ୍ରମ ଚାଲିଥିଲା। ତହିଁ ରୁ କଲାହାଣ୍ଡି ଅନ୍ତର୍ଭୂକ୍ତ ଥିଲା।ଏହା ମାର୍ଚ୍ଚ 2018ଯାଏଁ ଚାଲିଥିଲା। ଏଥିରେ ପ୍ରେରକ ତାର ସମସ୍ତ କାର୍ଯ୍ୟ ସୁଚ।ରୁ ରୁପେ କରି ସରକାରଙ୍କର ବିଭିନ୍ନ ପ୍ରକାର ସଚେତନତା ମୂଳକ କାର୍ଯ୍ୟକ୍ରମ ଯଥା ସ୍ୱଚ୍ଛ ଭାରତ ମିଶନ, ନିର୍ବାଚନୀ ସଚେତନ କରାଇବା, ସ୍ୱାସ୍ଥ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଅଦ୍ୟାବଧି ଜଡିତ ଅଛି।ତେଣୁ ଆଗାମୀ ଦିନରେ ହେବାକୁ ଥିବା ନ୍ୟୁ ଇଣ୍ଡିଆ ସାକ୍ଷରତା କାର୍ଯ୍ୟକ୍ରମ ରେ ପ୍ରେରକଙ୍କୁ ନୀୟୋଜିତ କରିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି,ପଙ୍କଜ ସାହୁ, ଗୀତାଞ୍ଜଳି ତାଣ୍ଡି, ଯୀଶୁରାମ ନାଇକ, ମିନା ସାହୁ, ନରୋତ୍ତମ ସାହୁ, ପ୍ରମୁଖ ଉପସ୍ଥିତ ରହି ଦାବୀ ଜଣାଇଥିିଲେ।

ଗୋଳାମୁଣ୍ଡା ବ୍ଲକରୁରାମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତି ମସିହା, ପ୍ରତିନିଧି

Related posts

ଦଶମ ପରୀକ୍ଷାର୍ଥୀ ଅନୁପସ୍ଥିତ ଘଟଣା ପରେ ପଦକ୍ଷେପ: ସ୍କୁଲ୍‌ ନ ଆସିଲେ ମିଳିବନି ସାଇ‌କେଲ୍‌

ଚିଚିଆ ଗ୍ରାମରେ ତ୍ରିନାଥ ମେଳା ମହୋତ୍ସବ ଆୟୋଜିତ

Sunil Chandra Nayak

ପ୍ରଣତି ମହାପାତ୍ର ଙ୍କ ପ୍ରବନ୍ଧ ଶୁଦ୍ରମୁନି ସାରଳା

Sunil Chandra Nayak

Leave a Comment

error: Content is protected !!