ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମୁହିକ ଜନ୍ମଦିନ ପାଳିଲେ ଶିଶୁ ସଦନ ଅନ୍ତେବାସୀ

ଢେଙ୍କାନାଳ:ଶ୍ୟାମାଚରଣପୁର ସ୍ଥିତ ଆଦୃତା ଶିଶୁ ସଦନର ଅନ୍ତେବାସୀମାନେ ଆଜି ସାମୁହିକ ଜନ୍ମଦିନ ପାଳନ କରିଛନ୍ତି । ୭୫ ଜଣ ଶିଶୁ ନୂତନ ବସ୍ତ୍ର ପିନ୍ଧିବା ସହ ପୁଜାର୍ଚ୍ଚନା କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଆଦିତ୍ୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉକ୍ରଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ. ବିନାୟକ ରଥ ମୁଖ୍ୟଅତିଥିଲ ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ବିରଜା ପ୍ରସାଦ ସିଂହଦେଓ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ ଯୋଗଦେଇଥିଲେ । ଜୀବନରେ ଉଚ୍ଚ ଆଶା ନେଇ କାର୍ଯ୍ୟକରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. କୁଳମଣୀ ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ରୋଟାରିଆନ ରାଜ କିଶୋର ବେହେରା ଧନ୍ୟବାଦ ଦେଇଥିଲେ । ପରେ ଶିବ ପ୍ରସାଦ ପଣ୍ଡାଙ୍କ ସଂଯୋଜନାରେ ଅନ୍ତେବାସୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ଖଲିଆପାଲିରେ ଚୋରି ହେଲା ପ୍ରଧାନମନ୍ତ୍ରୀ ଆବାସ ଘର

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ଅଭିମାନ

Sunil Chandra Nayak

ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସାକ୍ଷାତ

Sunil Chandra Nayak

Leave a Comment

error: Content is protected !!