- ଥୁଆମୂଳ ରାମପୁର :- ବଳଭଦ୍ର ବାଗଙ୍କ ରିପୋର୍ଟ – ମସୀହା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଗୋପାଳପୁର ଗ୍ରାମପଞ୍ଚାୟତ ଡାକକୋଟା ଭାରତ ଯାତ୍ରା ଠାରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ପ୍ରାୟୋଜିତ ତିନିଦିନିଆ ବ୍ଳକ୍ ସ୍ତରୀୟ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ଅନୁଷ୍ଠିତ ଏହି କ୍ରୀଡା ଉତ୍ସବରେ ପ୍ରତିଯୋଗିତାରେ ବିଭିନ୍ନ ଯୁବ ଅନୁଷ୍ଠାନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଉଦଯାପିତ ଏହି କାର୍ଯ୍ଯକ୍ରମରେ ଭବାନୀପାଟଣା ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଶ୍ରୀ ପ୍ରସନ୍ନ ମେହେର ମୁଖ୍ୟ ଅତିଥି ଓ ଥୁଆମୂଳ ରାମପୁର କଲେଜର ଅଧ୍ଯକ୍ଷ ଶ୍ରୀ ସତ୍ଯନାରାୟଣ ମୁଣ୍ତଛିନା ପ୍ରମୂଖ ଯୋଗଦେଇ କୃତୀ ଖେଳାଳୀମାନଙ୍କୁ ସାର୍ଟିଫିକେଟ ସହିତ ଟ୍ରଫି ପ୍ରଦାନ କରିଥିଲେ। ନେହେରୁ ଯୁବ କେନ୍ଦ୍ରର ଶ୍ରୀ ଦୟା ମାଝୀ ଓ ବିଳାସ ନାଏକ ସହଯୋଗ କରିଥିଲେ।