ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା କୃଷ୍ଣ ରୂପେ ଆସ ତୁମେ

କୃଷ୍ଣ ରୂପେ ଆସ ତୁମେ

       

  ପ୍ରଶାନ୍ତ କୁମାର ନାଥ

ଦୁଷ୍ଟ ନାଶିବାକୁ ଜନମିଥିଲ ହେ
   ଵନ୍ଦୀଶାଳ ଗୃହେ ତୁମେ
ଆଉ ଥରେ ନିଅ ତୁମେ ତ ଜନମ
    କଳିଯୁଗେ ମର୍ତ୍ତ୍ୟ ଧାମେ। 
ମହାକଳିକାଳ ଦୁଷ୍ଟଙ୍କର ବଳ
    ନିରିହ ପଡନ୍ତି ବଳି
ନାହିଁ ଦୁଷ୍ଟ ପାଖେ ନୀତି ନୈତିକତା
     ସମାଜକୁ କାଳି ବୋଳି। 
ଧର୍ମ ଭାବନାରେ ନାହାଁନ୍ତି କେ ଜଣେ
     ଅଧର୍ମରେ ହେଵେ ପଣେ
ସତ୍ୟ ଶାନ୍ତି ଦୟା ଯିଏ ଆଚରିଲା
     ଜୀଵନ ରହେନା କ୍ଷଣେ। 
କଂସ ଠାରୁ ବଳି ଏ ନର ରାକ୍ଷସ
    ପୂରିଛନ୍ତି ମର୍ତ୍ତ୍ୟ ପୁରେ
ଶିଶୁ ନାରୀ ଧନ ଲୋଭରେ ସେ ବଶ
     କ୍ଷଣିକରେ ସଵୁ ହରେ। 
ଏକ କଂସ ସିନା ତୁମର ବଇରି
    ଵଦ୍ଧି ପାରିଥିଲ ସତେ
ଏ କଳି କାଳରେ ଲକ୍ଷ ଲକ୍ଷ କଂସ
     କାହାକୁ ମାରିବ କେତେ। 
କଳିର ବଳିରେ ହୋଇ ବଳିଆର
    ଧର୍ମକୁ ଦିଅନ୍ତି ବଳି
ଅଧର୍ମୀଙ୍କ ସଂଖ୍ୟା ବଢିତ ଯାଇଛି
    ଧର୍ମକୁ ଦିଅନ୍ତି ଜାଳି।।

ପ୍ରଶାନ୍ତ କୁମାର ନାଥ

 ଜୁଣଗଡି (ରାଜନଗର) କେନ୍ଦ୍ରାପଡ଼ା

Related posts

ଦରଦାମ ବୃଦ୍ଧି ପ୍ରତିବାଦରେ ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମି ଙ୍କ ପ୍ରତିବାଦ

Sunil Chandra Nayak

ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ

ଦୀପାବଳି ରେ  ୨ଟି ଅସହାୟ ଗରିବ ପରିବାର ଙ୍କ ମୁହଁରେ ହସ ଫୁଟାଇଲେ  ବିଏଚ୍ ଆର୍ ସି, ସମାଜସେବୀ

Sunil Chandra Nayak

Leave a Comment

error: Content is protected !!