ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର  ଙ୍କ କବିତା ଏକା ତୁମ ପାଇଁ

ଏକା ତୁମ ପାଇଁ

ଜୟ କୁମାର ମିଶ୍ର 

ରୂପ ସୁଷମାରେ, କି ଯାଦୁ ଥିଲାଗୋ 
ହୃଦୟକୁ ନେଲା ବାନ୍ଧି, 
ପ୍ରଥମ ଦେଖାରେ ଆଖି ଅଟକିଲା 
ରୂପ ଯଉବନେ ବନ୍ଦୀ ll
ନିକଟ ହେବାର, ଲାଭ ଲୋଭ ଇଚ୍ଛା 
ବେଳୁ ବେଳ ଗଲା ବଢ଼ି, 
କରିଲି କଳ୍ପନା, ଖୋଜିଲି ବାହାନା 
ସପନ ଆକାଶେ ଉଡି ll
ତନୁରେ ମନରେ, ଆବେଗଟି ଭରେ 
ଅଝଟ ଶିଶୁଟି ପରି, 
ହେଲି ଅଝଟିଆ ଯଉବନ ନିଆଁ 
ଜlଳିଲା ଅନ୍ତରେ ଭାରି ll
କହିହେଲା ନାହିଁ, ସହି ହେଲାନାହିଁ 
କରିଲା ଅସ୍ଥିର ମନା , 
ଜୁଆଡେ ଚାହିଁଲି, ତୋ ରୂପ ଦେଖିଲି 
ମହା ଶୂନ୍ୟ ରୂପ ସିନା ll
ଆଖି ବୁଜି ଦେଲେ, ଆଖି ଖୋଲି ଦେଲେ 
ତୋତେ ଏକା ଦେଖାକଲି , 
ତୋର ବିନା ଆଉ, କିଛି ଦିଶିଲାନି 
ଭାଳି ଭାଳି ଦିନ ନେଲି ll
ଖାଇବା, ଶୋଇବା, ସାଙ୍ଗ ସାଥି ହେବା 
ସବୁ ହେଲା ଖାପ ଛଡା, 
ମାନ୍ଦା ପଡିଗଲା, ହୋଇଗଲା ଢିଲା 
ବହି ପାତ୍ର ପାଠପଢ଼ା ll
ହୋଇଲି ମଉନ,ଗୁମସୁମ ଜାଣ
ଏକା ଏକା ଦିନ ନେଲି, 
ଘର ପରିବାର, ପିତାମତା ଭାଇ 
ଭଉଣୀକୁ ଭୁଲି ଗଲି ll
କିଏ ସେ କହିଲା ପାଗଳ ହୋଇଲା 
କିମିଆ କରିଲା କିଏ, 
କେଉଁ ଡାହାଣୀର, ପଡିଲା ନଜର 
ସୁନା ପୁଅ ଭେଣ୍ଡି ହୁଏ ll 
କିଏ ଝlଡିଦେଲା, କିଏ ଫୁଙ୍କିଦେଲା 
ତାବିଜ ବାନ୍ଧିଲା କିଏ, 
କୋଷ୍ଟି ଓ ଜାତକ ଝରାଇ ଲୋତକ 
ବେନି ନୟନକୁ ଧୁଏ ll
କିଏ କଲା ପୂଜା, ଦେଇ ବଳି ଭୁଜା 
କେତେ ମାନସିକ ପରା, 
ନଥିବା ଯାତରା, ପଚରା ଉଚ୍ଚରା 
ବାଧିଲାନି ଖରା ତରା ll
ଖରଚ ପାଇଁକେ, କଲେନି ବିଚାର 
ଧାର କରାଳଟି ହେଲା,
କେତେ ବନ୍ଧାଛନ୍ଦା, କେତେ ଅବା ଧନ୍ଦା 
ଚାଲିଲାଟି ନିତି ପାଲା ll
ମନର ସନ୍ଧେହ, ସାଥେ ସାଥି ଭୟ 
ଗୁଣି ଗାରେଡିକୁ ଧ୍ୟାୟୀ , 
ଡାକ୍ତର ବଇଦ, ଦାମିକା ଔଷଧ 
କରିଲାନି ଗୁଣ କେହି ll
ମନର ବେଦନା, କାମନା ବାସନା 
ମନ ଗହନରେ ରହି, 
ଦେଖାଇ ପ୍ରଭାବ, ଦେଇ ପରାଭଵ
ନଚାଇଲା ଥେଇ ଥେଇ ll
      ଏକା ତୁମ ପାଇଁ ମୁହିଁ 
      କାମ ଦେବ ପୂଜା ପାଇଁ 
ହୋଇଲି ହିନସ୍ଥା, ସହିଲି ଅବସ୍ଥା 
      ସଭିଏଁ ମୋପାଇଁ ବାଇ 
      ତୁମେ କି ବୁଝିବ ସହି ll

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡାକ-ଗୋରିବନ୍ଧା, ମାଧ୍ଯମ-କାଶୀନଗର,
ଜିଲ୍ଲା-ଗଜପତି , ଓଡିଶା, 761206

Related posts

ନର୍ଲାରୋଡ଼ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର କର ନାଗପୁର ଠାରେ ସମ୍ବର୍ଦ୍ଧିତ

Sunil Chandra Nayak

ସାଇ ସେବକ ବାନାମ୍ବର ଜେନାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳ ର ବିଭିନ୍ନ ମହଲରେ ଶୋକ ର ଛାୟା ଖେଳିଯାଇଛି

Sunil Chandra Nayak

ତେରେସିଂହାରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ 

Sunil Chandra Nayak

Leave a Comment

error: Content is protected !!