ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ସକାଳୁ ଉଠିଲେ ତୋ ନାମ ଧରୁଛି
        ଦିନଟି ରଖିବ ସୁଖ
ତୋତେ ଚାହିଁ ଦେଲେ ମନ ଖୁସି ହୁଏ
    ତୁମେ ମୋ କଳାଶ୍ରୀମୁଖ।
ତୁମ ମୁଖ ଚାହିଁ ଚାଲୁଅଛି ପଥ
   ଦିଅ ମୋତେ ଶୁଭ ବୁଧି
ମନ୍ଦ କଥା ସବୁ ମନୁ ଛାଡ଼ି ଯାଉ
    ହୃଦୟ ଆସୁ ପ୍ରଶାନ୍ତି।
ନାମକୁ ସ୍ମରଣ କରୁଛି ଜଣାଣ
   ଶୁଦ୍ଧ ଚିତ୍ତେ ମୋ ଭଜନ
ଜଗତ ହିତରେ ମୋ ଜୀବନ ଥାଉ
  ପ୍ରଭୁ ଘେନ ମୋ ପ୍ରଣାମ।
ଯେଉଁ ଦିନ ପ୍ରଭୁ ଦର୍ଶନ ନ କଲି
    ମନ ହୁଏ ବିଚଳିତ
ତୂଳସୀ ପତର ପାଦୁକା ପାଇଲେ
    ହୃଦୟ ଝରେ ଅମୃତ।
ଧୂପ ଦୀପ ଦେଇ ନିତି କରି ପୂଜା
      ସଦା କାଳେ ନାମ ଜପ
ଜପରେ ପାଇବି ଭକ୍ତିରେ ଭେଟିବି
   ପ୍ରଭୁ ଦୂର କର ପାପ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ବିଦ୍ୟୁତ ଆଘାତ ରେ ମଇଁଷି ଓ ଛାତ୍ର ମୃତ୍ୟୁ ଘଟଣା : ଜଣେ ଗିରଫ

Sunil Chandra Nayak

ଗିରିରାଜ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ ଓ ଦାନ ଉତ୍ସବ କାର୍ଯ୍ୟକ୍ରମ

Sunil Chandra Nayak

ନୀଳ ମାଧବ ସରକାରୀ ହାଇ ସ୍କୁଲରେ 76ତମ ସ୍ଵାଧୀନତା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!