ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଜୀବନଟା ଦୁଇ ଦିନ

ଜୀବନଟା ଦୁଇ ଦିନ

ଉପେନ୍ଦ୍ର କୁମାର ବସ୍ତିଆ

     
ଦୁଇ ଦିନର ଜୀବନ 
ଦୁଇ ଦିନର ସପନ 
ସବୁ ମିଛ ଅଭିନୟ 
ପ୍ରତାରଣାର ଭୟ 
କେବଳ ସତ ଜନମ ମରଣ
ଜୀବନଟା ଦୁଇଦିନ ।।
କିଏ କେତେ ଜିତିଲା 
କିଏ କେତେ ହାରିଲା 
ହିସାବ ମୁଁ ରଖେ ନାହିଁ 
ଭାଗ କେତେ ପଡ଼ିଲା 
ନ ହୁଏ ମୁଁ କେବେହେଲେ 
କାହା ଦୁଃଖର କାରଣ 
ଜୀବନଟା ଦୁଇଦିନ ।।
କିଏ ହସରେ ଜିଇଁଛି ତ
କିଏ ଲୁହକୁ ପିଉଛି 
କିଏ ନିଜେ ହଜି ଯାଇ
କାହାକୁ ଖୋଜୁଛି 
କିଏ ଜାଣେ କେବେ ହେବ 
କାହାର ବିଚ୍ଛେଦ ମିଳନ 
ଜୀବନଟା ଦୁଇଦିନ ।।
କେବେ ଉଆଁସ ରଜନୀ 
କେବେ ପୁନେଇ ଚାନ୍ଦିନୀ 
ସୁଖ ଦୁଃଖ ହସ କାନ୍ଦ 
ଆମ ଜୀବନ କାହାଣୀ 
କେବେ ଖୁସି ଝରି ପଡେତ
କେବେ ମିଳଇ କଷଣ 
ଜୀବନଟା ଦୁଇଦିନ ।।

ରାଉରକେଲା

Related posts

ବିକାଶ ବିଦ୍ୟାଳୟର ବାର୍ଷିକ ଉତ୍ସବ “ହାରଭେଷ୍ଟ୍”ଉଦଯାପିତ

Sunil Chandra Nayak

କାଳବୈଶାଖୀରେ ପ୍ରଭାବିତ ତରାଗାଁ ଓ ବେଣାଖମାର ଗ୍ରାମ

Sunil Chandra Nayak

ନିଖିଳ ଉତ୍କଳ ସି .ଟି ପ୍ରାଥମିକ ଶିକ୍ଷକ ଫେଡେରେସନର ସାଙ୍ଗଠନିକ ନିର୍ବାଚନରେ ପ୍ରଦୀପ କୁମାର ସାହୁ ହେଲେ ସଭାପତି

Sunil Chandra Nayak

Leave a Comment

error: Content is protected !!