Uncategorizedଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଜୀବନଟା ଦୁଇ ଦିନ by Sunil Chandra NayakAugust 25, 20220218 Share1 ଜୀବନଟା ଦୁଇ ଦିନ ଉପେନ୍ଦ୍ର କୁମାର ବସ୍ତିଆ ଦୁଇ ଦିନର ଜୀବନ ଦୁଇ ଦିନର ସପନ ସବୁ ମିଛ ଅଭିନୟ ପ୍ରତାରଣାର ଭୟ କେବଳ ସତ ଜନମ ମରଣ ଜୀବନଟା ଦୁଇଦିନ ।। କିଏ କେତେ ଜିତିଲା କିଏ କେତେ ହାରିଲା ହିସାବ ମୁଁ ରଖେ ନାହିଁ ଭାଗ କେତେ ପଡ଼ିଲା ନ ହୁଏ ମୁଁ କେବେହେଲେ କାହା ଦୁଃଖର କାରଣ ଜୀବନଟା ଦୁଇଦିନ ।। କିଏ ହସରେ ଜିଇଁଛି ତ କିଏ ଲୁହକୁ ପିଉଛି କିଏ ନିଜେ ହଜି ଯାଇ କାହାକୁ ଖୋଜୁଛି କିଏ ଜାଣେ କେବେ ହେବ କାହାର ବିଚ୍ଛେଦ ମିଳନ ଜୀବନଟା ଦୁଇଦିନ ।। କେବେ ଉଆଁସ ରଜନୀ କେବେ ପୁନେଇ ଚାନ୍ଦିନୀ ସୁଖ ଦୁଃଖ ହସ କାନ୍ଦ ଆମ ଜୀବନ କାହାଣୀ କେବେ ଖୁସି ଝରି ପଡେତ କେବେ ମିଳଇ କଷଣ ଜୀବନଟା ଦୁଇଦିନ ।। ରାଉରକେଲା