ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ତଅପୋଇ

ତଅପୋଇ

                     

                       ଶ୍ରୀମତୀ କଲ୍ୟାଣୀ ନନ୍ଦ

                 
            ସଂସାର ସାଗରେ ଭାସୁଥାଏ ଜୀବନ ତରୀ,
              ସୁଖ, ଦୁଃଖ ଆହୁଲା ଦୁଇ ନେଉଥାଏ ବାହି,
              ତନୟାବନ୍ତ ସାଧବ,ଶକୁନ୍ତଳା ତା ସାଧବାଣୀ,
              ସପତ ପୁତ୍ରେ କନ୍ୟା ଏକ ତାର, ତଅପୋଇ ।୧।
              ସାଧବ ତନୟାବନ୍ତ, ଅଚଳାଚଳ ଯେ ସମ୍ପତ୍ତି,
              ସାତ ଭାଇ,ଭାଉଜଙ୍କ ଗେହ୍ଲା ଥିଲା ତଅପୋଇ,
              ଏକ ଦିନେ ତଅପୋଇ ସୁନାଚାନ୍ଦ ପାଇଁ କଲା ଅଳି,
              ସାଧବ ପିତା ସୁନାଚାନ୍ଦ ଗଢାଇଲେ କନ୍ୟା ପାଇଁ।
             ହେଲେ ଦଇବ ହେଲା ଭଗାରୀ,ତଅପୋଇ ପାଇଁ,
             ଚାନ୍ଦଗଢା ପୁରା ନ ହେଉଣୁ,ନିରୀମାଖି ତଅପୋଇ,
             ପିତା,ମାତା ହରାଇ ଛେଉଣ୍ଡ ହୋଇଗଲା ତଅପୋଇ,
            ସାତଭାଇ ଗଲେ ଦରିଆ ପାରି ବଣିଜ, ବେପାର କରି।
            ଅଲିଅଳି ତଅପୋଇ ଛଅ ଭାଉଜଙ୍କ ହେଲା ଭଗାରୀ,
            ଛେଳି ଚରାଇ ବନସ୍ତେ ଦୁଃଖରେ ଦିନ ଯାଉଥାଏ ବିତି,
            ସାନ ଭାଉଜ ତା ଦୁଃଖ ବୁଝି ରଖିଥାଏ ତାକୁ ଆଶ୍ବାସୀ,
    ତଅପୋଇ ର ଦିନ ବିତୁ ଥାଏ ପିତା,ମାତା, ଭାଇଙ୍କୁ ସୁମରି ।
      ଦିନକର କଥା ବନସ୍ତେ ହଜିଲା,ବଡ଼ ଭାଉଜର ଘରମଣି,
     ଗେହ୍ଲେଇ ତଅପୋଇ ରାତ୍ରି ଅନ୍ଧକାରେ ଗଲା ଛେଳି ଖୋଜି,
        ନ ପାଇ ଛେଳି, ଖୁଦୁରୁକୁଣୀ ଓଷା ବ୍ରତ କଲା ମନଦେଇ,
      ମାଁ ମଙ୍ଗଳାଙ୍କ ଆଶିଷ ଝରିଲା ତଅପୋଇର ଦୁଃଖ ଦେଖି ।
           ଫେରିଲେ ସାତଭାଇ ବିଦେଶରୁ ବଣିଜ,ବେପାର ସାରି,
    ବନସ୍ତେ ଦେଖିଲେ ଭଉଣୀ ତଅପୋଇ କାନ୍ଦେ ଲୁହ ଝରାଇ,
      ଦଣ୍ଡିଲେ ଛଅ ଭାଉଜଙ୍କୁ, ଶୁଣି ଭଉଣୀର ଦୁଃଖ କାହାଣୀ, 
   ତଅପୋଇ ଜୀବନେ ସୁଖର ସୂରୁଜ ସତେ କି ଆସିଲା ଉଇଁ ।
           ବିରଞ୍ଚି ସାଧବ ପୁଅ ରତ୍ନାକର ସାଥେ ବିବାହ କରାଇ,
           ବିଦାୟ କଲେ ତଅପୋଇକୁ ଦୁଃଖ ମନେ ସାତ ଭାଇ,
     ତଅପୋଇ ଥିଲା ଗନ୍ଧର୍ବ ଚିତ୍ରସେନ ପତ୍ନୀ ମର୍ତ୍ତ୍ୟରେ ଜନମି,
  ମାନବ ଲୀଳା ସାରି ଫେରିଗଲା ସ୍ବର୍ଗପୁରୀ ଶାପମୁକ୍ତ ହୋଇ।
       ତଅପୋଇ କାହାଣୀ କହେ ଉତ୍କଳ ସଂସ୍କୃତି ର କାହାଣୀ,
       ବାଲିଯାତ୍ରା କହେ ଓଡ଼ିଆ ଜାତିର ସୁଖ, ସମୃଦ୍ଧି,କାହାଣୀ, 
 ଅଲିଅଳି ତଅପୋଇର କଥା ନୁହେଁ ଯେ ବୁଢୀମାଆ କାହାଣୀ,
     ଉତ୍କଳ ଜନନୀ ଗର୍ବିତ ତା ସନ୍ତାନ ର ଗୈ|ରବ ଗାଥା ପାଇଁ।

                ସମ୍ବଲପୁର

 

Related posts

ଭବାନୀପାଟଣା ବ୍ଲକ ସାକ୍ଷରତା ମିଶନର ସଚେତନତା ରଥ ଓ ପଥପ୍ରାନ୍ତ ନାଟକର ଶୁଭାରମ୍ଭ

Sunil Chandra Nayak

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

Sunil Chandra Nayak

ବୀରଚକ୍ର ଶହୀଦ ନାଏବ୍ ସୁବେଦାର୍ ନୁଦୁରାମ ସୋରେନଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଶୁଭ ଅନାବରଣରେ ଯୋଗ ଦେଲେ ମନ୍ତ୍ରୀ ଅଶ୍ବୀନୀ ପାତ୍ର ଓ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ

Sunil Chandra Nayak

Leave a Comment

error: Content is protected !!