ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଉମାକାନ୍ତ ଦାସ ଙ୍କ କବିତା ପୂଜିବି ଚରଣ

ପୂଜିବି ଚରଣ

ଶ୍ରୀ ଉମାକାନ୍ତ ଦାସ

ଆବଶ୍ୟକ ନାହିଁ ଆୟୁ, ଯଶ,ମୋର
  ଲୋଡ଼ା ନାହିଁ ସନମାନ।
ଏତିକି ସୁଦୟା କରିବୁ ବିରଜା
    ପୂଜୁଥିବି ଶ୍ରୀଚରଣ।।
ସ୍ୱାର୍ଥପର ଏହି ଦୁନିଆଁରେ ଆଜି
    କେହି ନୁହଁନ୍ତି କାହାର।
ମୋର ମୋର କହି ଯା’ ପାଇଁ ମରିଲି
    ସିଏ ହୁଏ ସାତ ପର ।।
ସ୍ନେହ ମୟୀ ମାଆ ତୁହି ମୋର ସାହା
    ଗଦାକ୍ଷେତ୍ରର ନିବାସୀ।
ପ୍ରତି ସ୍ପନ୍ଦନ ମୋ’ ତୋ’ ନାମ ଜପଇ
    ଶୁଣୁ ଥିବୁ ଦିବାନିଶି।।
ସ୍ୱାର୍ଥ ପାଇଁ ସାଜେ ମାନବ ଯେ’ ପଶୁ
    ତୋତେ ଅଛି କି’ ଅଜଣା।
ତୋ’ ଛଡା ମୋହର ଆଉ କେହି ନାହିଁ
    ତୋ ନାମେ ମୁଁ ଏକା ବଣା।।
ତୋର ଯଜ୍ଞ କ୍ଷେତ୍ରେ ରହି ତ’ ପାରୁନି
   ପ୍ରବାସେ ହୋଇଛି ବନ୍ଦୀ।
ହେଲେ ତୋର ଦୟା ତୋ ପାଦ ପଦ୍ମରେ 
    ପାପ ମନ ଯାଉ ଛନ୍ଦି।।
ଦିବସ ରଜନୀ ତୋ’ ଗୁଣ ଗାୟନେ
  ଯାଉ ମୋର ଏ ଜୀବନ
କଣ୍ଠ ଖୋଜି ନେଉ ଗାଇବାକୁ ଟିକେ
    ତୋର ସେହି ଗୁଣଗାନ।।
କାଆଗେ କହିବି ଅନ୍ତର ବେଦନା
   ସବୁ ତ’ ଦେଖୁଛୁ ତୁହି।
ତୁ’ ଯେବେ ବିମୁଖ ହେବୁ ମା’ବିରଜା
    ଜୀବନ ହାରିବି ମୁହିଁ।।
ତୋ’ ପାଦ ପଦ୍ମରେ ଶରଣ ଯାଉଛି
    ଦୀନହୀନ ଏ ଶବର
କଳୁଷ ଜୀବନୁ ମୁକ୍ତି କରି ଦେ ମା’
    ଏତିକି କାମନା ମୋର।।

ଲାଲବାଗ ,ଖାନନଗର

ମଙ୍ଗଳ ପୁର ,ଯାଜପୁର

Related posts

ବଜ୍ରକାପ୍ତା ସହ ଜଣେ ଅଭିଯୁକ୍ତକୁ ଅଟକ

ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ପଦବୀ ନିର୍ବାଚନ

Sunil Chandra Nayak

ମୈତ୍ରୀ ଇନଫ୍ରାଷ୍ଟ୍ରୋର ପକ୍ଷରୁ ହଇଜା ପ୍ରଭାବିତ ଅଞ୍ଚଳରେ ରାସନ ସାମଗ୍ରୀ ବିତରଣ କାର୍ଯ୍ଯକ୍ରମ 

Sunil Chandra Nayak

Leave a Comment

error: Content is protected !!