ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ହସ

      ହସ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ହସ ପାଇଁ ମିଳେ ଅପୂର୍ବ ଆନନ୍ଦ
ହସ ପାଇଁ ଦୁଃଖ ଯାଏ
ହସି ଯେ ହସାଏ ତୃପତି ସେ ପାଏ 
ବିଭୁ କୃପା ଲଭି ଥାଏ 
ହସ ଲୁହ ଭରା ମହୀ,
ହସିଲେ ସୁନ୍ଦର ଦିଶିବ ଚେହେରା 
ହସୁଥିବା ସଦା ସହୀ……..(୧)
ହସ ହସ ମୁହଁ ଦୂର କରେ କୋହ
ହସିବ ଯେବେ ହୃଦୟ
ହସରେ ହସିବ ଜୀବନ ବାସିବ 
ନୋହିବ କେବେ ଅଥୟ
ହସକୁ ସଦା ହେ ଧରି,
ହସି ହସି ସବୁ କରମ କରିବା
ହସ ଢାଳିବେ ମୁରାରି…..(୨)
ହସକୁ ଯେବେ ହେ ଦୂର କରିଦେବା
ହସିବା ଆଗରୁ ଆମେ
ହସି ଚାହୁଁଥିବ ଏ ସାରା ସଂସାର
ସଖା ଏହି ଧରାଧାମେ
ହସର ମାହିମା ଜାଣି,
ହସି ହସାଇବା ଖୁସିରେ ରହିବା 
ହସିବ ଆମ ଧରଣୀ…..(୩)

ଫୁଲବାଣୀ, କନ୍ଧମାଳ

Related posts

ସଚେତନତା କଥାବସ୍ତୁ କୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର “ଗନ୍ଦରୀ ପାଏନ ହାଏ ହାଏ” ସୁଟିଂ ଶେଷ

Sunil Chandra Nayak

ଜଗଦୀଶ ଶତପଥୀ ଙ୍କ କବିତା ସତ୍ୟର ସହର

Sunil Chandra Nayak

ଲଗାଣ ବର୍ଷା ରେ ଭୁଶୁଡ଼ି ଗଲା କନକପୁର ପତରଫୋଡ଼ି

Sunil Chandra Nayak

Leave a Comment

error: Content is protected !!