ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମନରେଗା କାଯ୍ୟ ରେ ମହା ଦୃନୀତି ଅଭିଯୋଗ , ଚାଷୀ କୁଳ ହତାଶ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ର ବାଇସିଙ୍ଗା ପଂଚାୟତ ର ତେନ୍ତୁଳି ସିଙ୍ଗା ଓ କନ୍ଦର ସିଙ୍ଗା ଗ୍ରାମ ର ଶତାଧିକ ଚାଷୀ କୂଳ ହତାଶ । ମନରେଗା କାର୍ଯ୍ୟ ରେ ମହା ଦୃନୀତି ର ଅଭିଯୋଗ ଆଣିଛନ୍ତି ଶତାଧିକ ଗ୍ରାମବାସି ଯେହେତୁ କି ଗ୍ରାମ ର ଏକର ଏକର ଜମି ଜଳ ଅଭାବରୁ ପଡିଆ ପଡ଼ୁ ଥିଲା ଅଂଚଳ ର ଚାଷୀ ମାନେ ପ୍ରଶାସନ ପାଖରେ ଅଭିଯୋଗ କରିବାରୁ ପ୍ରଶାସନ ସେ ଜମି ଗୁଡିକୁ ଜଳ ଯୋଗାଇବା ପାଇଁ ମନରେଗା ମାଧ୍ୟ୍ୟମ ରେ ଏକ ଛୋଟ କେନାଲ ବ୍ୟବସ୍ଥା କରି ଥିଲେ ,କିନ୍ତୁ ଦୃଭାଗ୍ୟ ର କଥା ଯେ ଠିକାଦାର କାମଟିକୁ ଏତେ ନିମ୍ନ ର କରିଛନ୍ତି ଯେ ୱାଲ ଗୁଡିକ ଭାଙ୍ଗି ତଳେ ପଡିଛି ସରକାର ଙ୍କ ଯେଉଁ ସବୁ ନିୟମ ଅଛି ତାହା କିଛି ଵି ପାଳନ କରାଯାଇ ନାହଁ , ୱାଲ ରେ ବିନା ରଡ଼ ଓ ଉଚିତ ପରିମାଣ ସିମେଣ୍ଟ ନଦେଇ କାମଟି କୁ ତରବରିଆ ଭାବରେ ଶେଷ କରିଛନ୍ତି , ଏ ନେଇ ଠିକାଦାର ଙ୍କୁ ଗ୍ରାମବାସି ଅଭିଯୋଗ କରିବାରୁ ଠିକାଦାର ନାଲି ଆଖି ଦେଖାଉଛନ୍ତି ଓ କହୁଛନ୍ତି ମୁଁ ଶାସକ ଦଳ ର କର୍ମୀ । ଗୁଣ୍ଡା ଗର୍ଦି କରି ବାକୁ ପଛାଉନାହାନ୍ତି । ଏଠାରେ ପ୍ରଶ୍ନ ଉଠେ ଏ କଣ ସରକାର ଙ୍କ 5 T ???ଏ ଗରିବ ହତଭାଗ ଚାଷୀ ମାନେ କିପରି ନ୍ୟାୟ ପାଇ ପାରିବେ ଏଥି ପ୍ରତି ପ୍ରଶାସନ କେବେ ଦୃଷ୍ଟି ଗୋଚର କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଗୋହିରାଆପଦର ରେ ନୁଆଁଖାଇ ଭେଟଘାଟ କାର୍ଯକ୍ରମ

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ନୀଳାଦ୍ରି ବିଜେ 

Sunil Chandra Nayak

ପାତ୍ରପୁଟ ଠାରେ ଲାଖବିନ୍ଧା ବଜାର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!