ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ରାତ୍ରି

ରାତ୍ରି

ନଳିନୀ ପ୍ରଭା ମିଶ୍ର

ରାତ୍ରି ଗୋ ତୁମେ! ମୁକ୍ତାକାଶ ତଳେ
  କାକର ଟୋପା ର ଭିଜା ଦେହ
ରାତ୍ରି ଗୋ ତୁମେ! ରଜନୀଗନ୍ଧା ର
 ‌ ସ୍ତବକ ରେ ବାସ ମହମହ।
ରାତ୍ରି ଗୋ ତୁମେ! ଭାବୁକ ମନ ର
  ଅଗଣା ରେ ଏକ ଜହ୍ନ ରାତି
ରାତ୍ରି ଗୋ ତୁମେ! ଅଭିସାରିକା ର
   ଗୋପନ ପ୍ରୀତି ର ହୁଅ ସାଥୀ।
ରାତ୍ରି ଗୋ ତୁମେ! ଅବଶ ଦେହର
  ତନ୍ଦ୍ରା ଆଖିର ନିଦ ପତା
ରାତ୍ରି ଗୋ ତୁମେ! ଭାବନା ରାଇଜେ
  ଭରି ଦେଇ ଯାଅ ନୀରବତା।
ରାତ୍ରି ଗୋ ତୁମେ! ଅଶରୀରି ଙ୍କର
  ବିହରଣ ପାଇଁ ଶୁଭ କାଳ
ଆୟୁଷ ତୁମର ବଢ଼ି ଯାଉ ଥାଏ
 ଛୁଇଁ ଛୁଇଁ ଯାଅ ଚକ୍ରବାଳ।
ରାତ୍ରି ଗୋ ତୁମେ! ଅସଦ୍ ବୃତ୍ତି ର
  ସମ୍ପାଦନା ପାଇଁ ବନ୍ଧୁ ଭାବେ
ଭୟର ତାଣ୍ଡବ ରଚି ଯାଉଥାଅ
   ନିଶାର ଙ୍କର ଉପଦ୍ରଵେ।
ରାତ୍ରି ଗୋ ତୁମେ! ଜଗତ ସତ୍ୟର
  ନିଚ୍ଛକ ଏକ ଅବତାର
ରାତ୍ରି ଗୋ ତୁମେ! ଜୀବନ ପଥରେ
  ଦୁଃଖ ରୂପୀ ଏକ ଅନ୍ଧ କାର।
ରାତ୍ରି ଗୋ ତୁମେ! ଆଗାମୀ କାଲିର
  ଆଭାସ ଭରା ଆଶା ଏକ
ରାତ୍ରି ଗୋ ତୁମେ! ସର୍ଜନା ର ସେହି
   ଚିରନ୍ତନ ଏକ ଅଭି ଲେଖ।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

Related posts

ଘରୁ ହାଟକୁ ଯାଉଥିବା ରାସ୍ତାରେ ଟଳି ପଡିଲେ ମହିଳା

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଧୂଳି ଧରଣୀର ପରେ

Sunil Chandra Nayak

ଯାଦବ ମାଝୀ ଉଚ୍ଚ ବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!