ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀନିବାସ ପଣ୍ଡା ଙ୍କ ଗଳ୍ପ ପ୍ରକୃତ ବନ୍ଧୁ 

       ପ୍ରକୃତ ବନ୍ଧୁ 

ଗାଁଟିର ନାମ ବିକ୍ରମପୁର ।ସେହି ଗାଁ ରେ ଦିନେଶ ଓ ଅବିନାଶ ନାମରେ ଦୁଇ ଜଣ ସାଙ୍ଗ ଥିଲେ । ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ । ବିପଦ ଆପଦ ସମୟରେ ପରଷ୍ପରକୁ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ଗରିବ ଓ ନିଃସହାୟ ଲୋକଙ୍କୁ ସାହାଯ୍ୟ କରୁଥିଲେ ।ଦିନେ ଦୁଇ ସାଙ୍ଗ ସାଇକେଲରେ ବଜାରକୁ ଯିବା ସମୟରେ ଜଣେ ଛାତ୍ର ରାସ୍ତା ଦୁର୍ଘଟଣାରେ ପଡ଼ି ଛଟପଟ ହେଉଥିଲା ।ରାସ୍ତାରେ ଲୋକମାନେ ଯାଉଥିବା ସମୟରେ ଦେଖି ନ ଦେଖିଲା ପରି ଚାଲି ଯାଉଥିଲେ ।କେହି ମଧ୍ୟ ଆହାତ ଛାତ୍ରକୁ ସାହାଯ୍ୟ ପାଇଁ ପାଖକୁ ଆସୁ ନଥିଲେ ।ଶେଷରେ ଦିନେଶ ଓ ଅବିନାଶ ଏହି ମର୍ମନ୍ତୁଦ ଦୁର୍ଘଟଣା ଦେଖି ସାଇକେଲରୁ ଓହ୍ଲାଇ ଥିଲେ ।ପାଣି ବୋତଲ ଆଣି ପାଣି ପିଇବାକୁ ଦେଇଥିଲେ । ରକ୍ତସ୍ରାବ ହେଉଥିବା ସ୍ଥାନକୁ କପଡ଼ାରେ ପୋଛି ମଲମ ଲଗାଇ କପଡାରେ ବାନ୍ଧି ଥିଲେ ।୧୦୮ ଆମ୍ବୁଲାନ୍ସ କୁ ଡକାଇ ଡାକ୍ତରଖାନା ନେଇ ଆଶୁ ଚିକିତ୍ସା କରାଇଥିଲେ । ଔଷଧ ଇଞ୍ଜେକସନ ଦେଇଥିଲେ । କ୍ଷୀର ଗରମ ପାଣି ପିଇବାକୁ ଦେଇଥିଲେ । ଦୁହେଁ ସାଙ୍ଗ ସେହି ଡାକ୍ତରଖାନା ରେ ରହି ଆରୋଗ୍ୟ ହେଲା ପର୍ଯ୍ୟନ୍ତ ସେବା ଶୁଶ୍ରୁଷା କରିଥିଲେ ।ବାଳକଟି ସୁସ୍ଥ ହେଲାପରେ ତା ପରିଚୟ ପାଇ ଘରେ ଆଣି ଛାଡ଼ି ଦେଇଥିଲେ । ଦୁର୍ଘଟଣାରୁ ଜୀବନ ବଞ୍ଚାଇବାରୁ ଗାଁ ଓ ପରିବାର ଲୋକେ ସମସ୍ତେ ଧନ୍ୟ ଧନ୍ୟ କହି ପ୍ରଶଂସା କଲେ ।ଏଣୁ ବିପଦ ସମୟରେ ଯେ ପ୍ରକୃତ ସାହାଯ୍ୟ କରେ ସେ ହିଁ ପ୍ରକୃତ ବନ୍ଧୁ ।

ଏଣୁ କଥାରେ ଅଛି–

    ଜୀବନ ନୁହଁଇ ସୁଖର ସଉଧ

      ଝଡ ଝଞ୍ଜା ଆସେ ବହୁ ପ୍ରତିବନ୍ଧ

ପର ଉପକାରେ କରଇ ଯେ ଜନ

       ଦୁନିଆରେ ସେ ଅଟଇ ମହାନ ।

 

ଶ୍ରୀନିବାସ ପଣ୍ଡା, ଗଞ୍ଜାମ 

Related posts

ଶୌର୍ଯ୍ୟ ଦିବସ ରେ ସହିଦ୍ ଟୀକଚନ ଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଶ୍ୟାମ ନାମ ଶୁଣାନା ତୁ

Sunil Chandra Nayak

Leave a Comment

error: Content is protected !!