ପ୍ରକୃତ ବନ୍ଧୁ
ଗାଁଟିର ନାମ ବିକ୍ରମପୁର ।ସେହି ଗାଁ ରେ ଦିନେଶ ଓ ଅବିନାଶ ନାମରେ ଦୁଇ ଜଣ ସାଙ୍ଗ ଥିଲେ । ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ । ବିପଦ ଆପଦ ସମୟରେ ପରଷ୍ପରକୁ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ଗରିବ ଓ ନିଃସହାୟ ଲୋକଙ୍କୁ ସାହାଯ୍ୟ କରୁଥିଲେ ।ଦିନେ ଦୁଇ ସାଙ୍ଗ ସାଇକେଲରେ ବଜାରକୁ ଯିବା ସମୟରେ ଜଣେ ଛାତ୍ର ରାସ୍ତା ଦୁର୍ଘଟଣାରେ ପଡ଼ି ଛଟପଟ ହେଉଥିଲା ।ରାସ୍ତାରେ ଲୋକମାନେ ଯାଉଥିବା ସମୟରେ ଦେଖି ନ ଦେଖିଲା ପରି ଚାଲି ଯାଉଥିଲେ ।କେହି ମଧ୍ୟ ଆହାତ ଛାତ୍ରକୁ ସାହାଯ୍ୟ ପାଇଁ ପାଖକୁ ଆସୁ ନଥିଲେ ।ଶେଷରେ ଦିନେଶ ଓ ଅବିନାଶ ଏହି ମର୍ମନ୍ତୁଦ ଦୁର୍ଘଟଣା ଦେଖି ସାଇକେଲରୁ ଓହ୍ଲାଇ ଥିଲେ ।ପାଣି ବୋତଲ ଆଣି ପାଣି ପିଇବାକୁ ଦେଇଥିଲେ । ରକ୍ତସ୍ରାବ ହେଉଥିବା ସ୍ଥାନକୁ କପଡ଼ାରେ ପୋଛି ମଲମ ଲଗାଇ କପଡାରେ ବାନ୍ଧି ଥିଲେ ।୧୦୮ ଆମ୍ବୁଲାନ୍ସ କୁ ଡକାଇ ଡାକ୍ତରଖାନା ନେଇ ଆଶୁ ଚିକିତ୍ସା କରାଇଥିଲେ । ଔଷଧ ଇଞ୍ଜେକସନ ଦେଇଥିଲେ । କ୍ଷୀର ଗରମ ପାଣି ପିଇବାକୁ ଦେଇଥିଲେ । ଦୁହେଁ ସାଙ୍ଗ ସେହି ଡାକ୍ତରଖାନା ରେ ରହି ଆରୋଗ୍ୟ ହେଲା ପର୍ଯ୍ୟନ୍ତ ସେବା ଶୁଶ୍ରୁଷା କରିଥିଲେ ।ବାଳକଟି ସୁସ୍ଥ ହେଲାପରେ ତା ପରିଚୟ ପାଇ ଘରେ ଆଣି ଛାଡ଼ି ଦେଇଥିଲେ । ଦୁର୍ଘଟଣାରୁ ଜୀବନ ବଞ୍ଚାଇବାରୁ ଗାଁ ଓ ପରିବାର ଲୋକେ ସମସ୍ତେ ଧନ୍ୟ ଧନ୍ୟ କହି ପ୍ରଶଂସା କଲେ ।ଏଣୁ ବିପଦ ସମୟରେ ଯେ ପ୍ରକୃତ ସାହାଯ୍ୟ କରେ ସେ ହିଁ ପ୍ରକୃତ ବନ୍ଧୁ ।
ଏଣୁ କଥାରେ ଅଛି–
ଜୀବନ ନୁହଁଇ ସୁଖର ସଉଧ
ଝଡ ଝଞ୍ଜା ଆସେ ବହୁ ପ୍ରତିବନ୍ଧ
ପର ଉପକାରେ କରଇ ଯେ ଜନ
ଦୁନିଆରେ ସେ ଅଟଇ ମହାନ ।