ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା ସମୟ ସୁଅ 

ସମୟ ସୁଅ 

ସମୟ ସୁଅ ରେ ଭାସିଯାଇ
ଜୀବନ ଉବୁଟୁବୁ ହେଉ ହେଉ
ଛାଣି ଆଣି ବଞ୍ଚେଇବାର
ପ୍ରୟାସରେ ନିଜ ଜୀବନକୁ
ବାଜି ଲଗେଇ ଦେଇଥିଲ
ଅଦମ୍ୟ ସୁଅ ଆଗରେ
କଣ ଏଇଥି ପାଇଁ
ଟିକେ ବଞ୍ଚିଲା ପରେ
ଉଛୁଳା ନଈ ପାଣିରେ
ଫିଙ୍ଗି ଦେବାକୁ ।
ଭଲ ହେଉଥିଲା
ପୂର୍ବରୁ ଯେମିତି ହୋଇ
ଚାଲୁଥିଲା ଜୀବନ ଗାଡ଼ି
କେଁ କେଁ ହେଉଥିଲା ତଥାପି
ଚାଲୁଥିଲା ଗଡ଼ି ଗଡ଼ି
ଅଧା ରହିଗଲା ବହୁଦୂର ପଥ
କଥା ଦେଇ ପାରିଲନି
ଏଯାଏଁ ସଜାଡ଼ି । ।
ଦୁଃଖରେ ଥିଲା ବେଳେ
ଦରକାର ଟିକେ ଖୁସି 
ତୁମେ କୁହ ଏମିତିରେ କିଏ ଅଛି
ହୃଦୟ ଭିତରେ ଚାପି ରଖି 
ଅନେକ ବେଦନା 
ବହୁ ଗୁଡାଏ ଅକୁହା କଥା
କେହି କେବେ ହୋଇପାରେ ଖୁସି ।।।

ଚିତ୍ତ ରଞ୍ଜନ ଦେହୁରୀ

ଅନୁଗୋଳ

Related posts

ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Sunil Chandra Nayak

ମହାସ୍ମୀତା ଓଝା ଙ୍କ କବିତା ଦୟାର ଠାକୁର

Sunil Chandra Nayak

ମ୍ୟୁନିସିପାଲ ମହାବିଦ୍ୟାଳୟ ରେ ଜାତୀୟ ସେବା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!