ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି ଙ୍କ ପ୍ରବନ୍ଧ ଗଣେଶ ପୂଜା

    ଗଣେଶ ପୂଜା

                       ନିରୁପମା ପାଣି 

ଗଣେଶ ପୂଜା ଆସିଲେ ପିଲାମାଙ୍କର ଖୁସି କାଇଁ ରେ କେତେ ! ଯେତେ ପର୍ବ ପର୍ବାଣୀ ପାଳନ ହୁଏ ସେଥିରୁ ଗଣେଶ ପୂଜାର ଖୁସି ଟିକେ ନିଆରା ! ଆମ ସମୟରେ ବିଦ୍ୟାଳୟ ରେ ଗଣେଶ ପୁଜା ହୁଏ ! ନଚେତ ମାନସିକ କରିଥିବା ଲୋକ ବୁଢା ଗଣେଶ ପୂଜା କରନ୍ତି ଯାହାକ ଚାରିଦିନ ଧରି ପାଳନ ହୁଏ ! ଗଣେଶ ପୂଜାର ପୁର୍ବଦିନ ଏକ ବାର ପାଳନ କରାଯାଏ ! ଘର ଦ୍ୱାର ଲିପା ପୋଛା ହୋଇ ନୂଆ ହାଣ୍ଡି ନୂଆ ସଞ୍ଚା ବ୍ୟବହାର କରାଯାଏ ! ଅରୁଆ ଭାତ ଘିଅରେ ପ୍ରସ୍ତୁତ ଖାଦ୍ୟ ଖିଆ ଯାଏ ! 

       ଗଣେଶ ପୂଜା ଦିନ ସକାଳୁ କଳସ ବୁଡା ହୁଏ ଘଣ୍ଟ ଝାଞ୍ଜ ଶଙ୍ଖ ମୃଦଙ୍ଗ ବଜାଇ ବୟସ୍କ ପୁରୁଷ ଲୋକ ମାନେ ନଦୀ ବା ପୋଖରୀ କୂଳକୁ ଯାଆନ୍ତି ! ଯେଉଁ ଲୋକ କଳସ ବୁଡାଏ ମଥାରେ କଳସ ସହ ପାଢିରେ ବୁଡି ଯାଏ କଳସରେ ଯେଉଁ ପାଣି ଆସେ ସେହି ପାଣି ଠାକୁର ପୂଜାରେ ଲାଗେ !! ଏବେ ଭଳି ଶହ ଶହ ମହିଳା କଳସ ଧରି ବାଜା ବାଣ ଡିଜେରେ ସେତେ ବେଳେ କଳସ ବୁଡେଇ ଯାଉ ନଥିଲେ !!

        ସକାଳଠୁ ପୂଜା କାମ ଆରମ୍ଭ ହୁଏ ଦିନ ଚାରିଟା ପାଞ୍ଚଟା ବେଳକୁ ଭୋଗ ଲାଗି ହୁଏ ଠାକୁରଙ୍କୁ !! ଗାଆଁ ର ସବୁ ସ୍ତ୍ରୀ ଲୋକ ବ୍ରତ ପାଳିଥାଆନ୍ତି ! ଭୋଗ ଡାଲା ଆଣନ୍ତି ବୁଢାଗଣେଶ ଙ୍କ ପାଖକୁ ! ଡାଲାରେ ଚଉଦ ପ୍ରକାର ଭୋଗ ଦେଇ ଥାଆନ୍ତି ! ଖଇ ଉଖୁଡା , ନଡିଆ ,କାକୁଡି , ପୁରି , ଭଜା ମଣ୍ଡା , ଛଣାମଣ୍ଡା ! କାକରା , କରଞ୍ଜି, ସୁଜି ! ଖସା ଲଡୁ, ନଡିଆ ଲଡୁ, ଆପେଲ୍ କମଳା ଇତ୍ୟାଦି ଭୋଗ ଦିଆଯାଏ ! 

ସଞ୍ଜ ବେଳେ ସେହି ଭୋଗ ବଣ୍ଟା ବି ହୁଏ ! ସେତେବେଳେ ମାଗୁଣ କରିବାକୁ ଲୋକ ପିଲା ଛୁଆ ସବୁ ଆସନ୍ତି ସମସ୍ତଙ୍କୁ ଭୋଗ ଦିଆଯାଏ ! ତିନି ଦିନ ଯାଏ ବନ୍ଧୁ ବାନ୍ଧବଙ୍କ ଘରକୁ ଭୋଗ ଦିଆନିଆ ଚାଲେ!;

       ବିଶ୍ବାସ ଅଛି ଗଣେଶ ବିଘ୍ନ ବିନାଶକ ସର୍ବ କଲ୍ୟାଣ କାରୀ ତେଣେ ସେ ଅଗ୍ରପୂଜ୍ୟ ! ମହା ବଳିୟାର ତାଙ୍କୁ ଦେବତା ମାନେ ବି ପୂଜା କରନ୍ତି !;ସବୁଠୁ ଚତୁର ଗଣନାଥ ପାର୍ବତୀଙ୍କ ଦେହର ହଳଦୀ ମଳୁକୁଟିରୁ ଜାତ ! ତେଣେ ତାଙ୍କୁ ଗୀରିଜା ନନ୍ଦନ , ଗୌରୀ ତନୟ ନାମରେ ସମ୍ବୋଧନ କରାଯାଏ!!

         ଚାନ୍ଦବାଲି ,ଭଦ୍ରକ୍

Related posts

ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

Sunil Chandra Nayak

ଦେବସେନା ପକ୍ଷରୁ ହିନ୍ଦୁ ଦେବାଦେବୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ କୁ ନେଇ ଥାନାରେ ଏତଲା

Sunil Chandra Nayak

ଶିଶୁ ମନ୍ଦିର ଠାରେ ସଂକୁଳ ସ୍ତରୀୟ ବିଦ୍ୱତ ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!