ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ କବିତା ଗଉରୀ ନନ୍ଦନ

ଜୟ ଗଣେଶ

ଗଉରୀ ନନ୍ଦନ

ଦେବଗଣଜେ କରନ୍ତି ସ୍ତୁତି
ବିଘ୍ନ ନାଶକ ହେ ଗଣପତି
ଆଜିକି ଆନନ୍ଦ ଦିନ
ଭାଦ୍ରବ ମାସର ଗଣେଶ ଚତୁର୍ଥୀ
ଆସିଛନ୍ତି ଗଜାନନ
ଗାଆଁଠୁ ସହର ଉତ୍ସବ ମୁଖର
ଶରତ ପସରା ମେଲି
ଶ୍ରୀଗଣେଶ ସାଥେ ପାର୍ବଣ କୁ ନେଇ
ଶରତ ଆସିଛି ବୁଲି
ଗଉରୀ ନନ୍ଦନ ମୂଷିକ ବାହନେ
ଧରା ପୃଷ୍ଠେ ବିଜେକରି
ହୋଇ ଅବତୀର୍ଣ୍ଣ ଦେବେ ବିଦ୍ୟାଦାନ
ଆସିଛନ୍ତି ବେଦ ଧରି
ସିଦ୍ଧ ବିନାୟକ ନାମଟି ତାଙ୍କର
ସର୍ଵ ଶ୍ରେଷ୍ଠ ସିଦ୍ଧିଦାତା
ସ୍ମରଣ ମାତ୍ରକେ ଦୁଃଖ ହୁଏ ଦୂର
ଜେଣୁସେ ତ୍ରୈଲୋକ୍ୟ ପିତା
ଆଯୋନି ସମ୍ଭୂତ ପ୍ରଭୂ ଗଣନାଥ
ମାତାଙ୍କ ମଳଖୁ ଜାତ
ଜ୍ଞାନର ଭଣ୍ଡାର ବିଦ୍ୟା ପ୍ରଦାୟକ
ହର ଗୌରୀଙ୍କର ସୁତ
ହେ ମାର୍ଗ ଦର୍ଶକ ସିଦ୍ଧ ବିନାୟକ
ଅଜ୍ଞାନର ଜ୍ଞାନ ଦାତା
ବିନାଶ କାଳରେ ହୁଅନ୍ତୁ ସହାୟ
ଆହେ ବିଘ୍ନ ରାଜ କର୍ତ୍ତା
ଦେଖ ତୁମ ବିଶ୍ଵ କରଇ ପ୍ରଳାପ
ପାଗଳ ହୋଇଣ ମତି
ନିଜର ବିନାଶ ଲୋଡୁଛନ୍ତି ଆଜି
ଦେଖିଛତ ତୁମ ମୂର୍ତ୍ତି
ପାର୍ବଣ ପାଳନ୍ତି ସୂରା, ମାଂସ ସାଥେ
ଦେଇ ପରମ୍ପରା ଦ୍ୱାହି
ଧ୍ଵଂସ ହୋଇଯିବ ତୁମରି ସଂସାର
ବିପତ୍ତିରୁ କର ତ୍ରାହି
ଏହି ଗୁହାରୀ କରଇ

ବିଳାସିନୀ ପୃଷ୍ଟି,

ଭୁବନ, ଢେଙ୍କାନାଳ 

Related posts

ଅପର୍ତ୍ତି ସେଠୀ ଙ୍କ କବିତା ସ୍ବପ୍ନ

Sunil Chandra Nayak

କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି – ତେଲ କମ୍ପାନିଙ୍କ କ୍ଷତି ଭରଣା ପାଇଁ ଦିଆଯିବ ୨୨ ହଜାର କୋଟି, ରେଳ କର୍ମଚାରୀଙ୍କ ୭୮ ଦିନର ବୋନସ

Sunil Chandra Nayak

ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ସୁରେନ୍ଦ୍ର ମହାନ୍ତି ଜନ୍ମ ଶତବାର୍ଷିକୀ ପାଳିତ

Sunil Chandra Nayak

Leave a Comment

error: Content is protected !!