ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଭ୍ରମର ବାଗ ଙ୍କ କବିତା ଆଇଛେ ନୁଆଁଖାଇ

ଆଇଛେ ନୁଆଁଖାଇ

ଶ୍ରୀ ଭ୍ରମର ବାଗ

ଆସ୍ଲା ଭୋଦ ମାସର ସୁନ୍ଦର ଫର୍ଚ୍ଚା ଜନ୍ ଉଦିଆ
ପଚମି ଦିନର ଶୁଭ ଲଗନ୍କେଡ଼େ ବଢ଼ିଆ
                  ଲହ ଲହ କରି,
                   ଗହମହ ହେଇ
ହସ୍ ଖୁସି ଆର ମଜ୍ ମଜ୍ଲିସ ପସ୍ରାକେ ବୋହି….
ଆମର ବଡ୍ ଲୋକ ତିହାର ଆଇଛେ ନୁଆଁଖାଇ…
                   ( ୧ )
ଲିପା ପୁଛା ହେଇ ଚକ୍ ଚକି କରି ଘର ହେଇ ଗଲା ବଢ଼ିଆ
ଧୁଆ ମଞ୍ଜା ହେଇ ଜିନିଷ୍ ପତର, ହେଇଗଲା ସତେ ନୁଆଁ,
                   ଗାଧି ବୁଡ଼ି କରି 
                   ନୁଆଁ ଲୁଗା ପିନ୍ଧି,
ମାତିଗଲେ ସଭେ, ନୁଆଁ ଖାଇର ଯୁଗାର ଯୋଗାଡ଼ନେ ଯାଇ….
ଆମର ବଡ୍ ଲୋକ ତିହାର, ଆଇଛେ ନୁଆଁଖାଇ……
                    ( ୨ )
ଭାତ୍ ସାଗ୍ ରନ୍ଧା ହେଇ ଗଲା, ଛ ତୁନ୍ ନ ଭଜା
ଖିରି ପୁରି ସଙ୍ଗେ ଭିନ୍ ଭିନ୍ କରି, ହେଇଗଲା ସବୁ ସଜା,
                  କରି ଚିହିରା କୋଣା
                  କେତେ ପିଠା ପନା,
ମହାଲଖି ଆରୁ ଇଷ୍ଟ ଦେବି ଆଘେ, ସବୁ ଦେଳୁନେ ଥୋଇ….
ଆମର ବଡ୍ ଲୋକ୍ ତିହାର, ଆଇଛେ ନୁଆଁଖାଇ……………
                 ( ୩ )
ସବୁ ଭେଦ୍ ଭାବ୍ ରୁସା ଫୁଲା ଛାଡ଼ି, ସଭେ ହେଇ ଗୋଟେ ଠାନେ
କୁରେ ପତରନେ ନୂଆଫଲ୍ ବସି, ଖାଏମା ସର୍ଦା ମନେ,
          ହେଇ କରି ମେଟ୍ (ଏକାଠି )
          ନୁଆଁଖାଇ ଭେଟ୍,
ବଡ୍କେ ଜୁହାର ସାନ୍କେ ଆଦର କରି, ନାଚମା ଡେଗ୍ମା ଶାନ୍ତିର ଗୀତ ଗାଇ…
ଆମର ବଡ୍ ଲୋକ୍ ତିହାର, ଆଇଛେ ନୁଆଁଖାଇ……
                  ( ଚାରି )
ଗ୍ରାମ – କୋଦୋବେଡ଼ା, ସିନାପାଲି, ଜିଲ୍ଲା – ନୂଆପଡ଼ା

Related posts

ରେଣୁ ମାଝୀଙ୍କ ନ୍ଯାର୍ଯ୍ଯ ଦାବି –  ଆଜି  ୧୯ ଦିନ ରେ ପହଞ୍ଚିଲା ଆମ ଆଦମୀ ପାର୍ଟିର ଗଣଧାରଣା

Sunil Chandra Nayak

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ଅଷ୍ଟମ ସ୍ବରୂପ ମାତା ମହାଗୌରୀ

Sunil Chandra Nayak

ବିନା ରସିଦରେ ବାଲି ଚାଲାଣ କାଟିବା ନେଇ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!