ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କଲ୍ୟାଣୀ ରାୟ ମହାବିଦ୍ୟାଳୟ ପରିଦର୍ଶନ

ରାଉରକେଲା/ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୂଜାରୀ ହମିରପୁର ସ୍ଥିତ କଲ୍ୟାଣୀ ରାୟ ମହାବିଦ୍ୟାଳୟ ପରିଦର୍ଶନରେ ଯାଇ ସେଠାରେ ଅଧ୍ୟକ୍ଷ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସରିତା ମଲ୍ଲଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପୁଜାରୀ ମୁଖ୍ୟଅତିଥି, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ସମ୍ମାନୀତ ଅତିଥି ଓ ସ୍ବତନ୍ତ୍ର ଅତିଥି ଭାବେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ପ୍ରଭାବତୀ ଗୁରୁ, ଜିଲ୍ଲା ଉପାଧ୍ୟକ୍ଷ କମଲ ଲାକ୍ରା ପ୍ରମୁଖ ଯୋଗଦେଇ ଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଶ୍ରେଣୀଗୃହ, ମହିଳାଙ୍କ ପରିଶ୍ରାଗାର,ମିଟିଂ ହଲ ଓ ଖେଳପଡିଆ ଆଦି ଅଭାବ ଅସୁବିଧା ସଂପର୍କରେ ମନ୍ତ୍ରୀ ଙ୍କୁ ଅବଗତ କରାଇଥିଲେ । ମନ୍ତ୍ରୀ ଏହି ସବୁ ଅସୁବିଧା ଶିଘ୍ର ଦୂରହେବା ନେଇ ପ୍ରତିଶୃତି ଦେବା ସହ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସଂପ୍ରତ୍ତି ହକି ଖେଳକୁ ଗୁରୁତ୍ବ ଦେଇଥିବା ଯୋଗୁଁ ମହାବିଦ୍ୟାଳୟରେ ଉଭୟ ଛାତ୍ର ଓ ଛାତ୍ରୀ ହକି ଟିମ ଗଠନ କରିବାକୁ ପରାମର୍ଶ ଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାପାଇଁ ପରାମର୍ଶ ଦେଇଥିଲେ । ଆଗକୁ ଆନ୍ତ ମହାବିଦ୍ୟାଳୟ ହକି ପ୍ରତିଯୋଗିତା କରାଯିବ ବୋଲି କହିଥିଲେ । ଏହା ସହ ରାଉରକେଲା ତାଙ୍କୁ ରୂଣୀ ରଖିଥିବାରୁ ସେ ଋଣ ପରିଶୋଧ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ । ସମ୍ମାନିତ ଅତିଥି ଶ୍ରୀ ତରାଇ ସରକାରଙ୍କ ମୋ ସ୍କୁଲ କାର୍ଯ୍ୟକ୍ରମ ଭଳି ମୋ କଲେଜ କାର୍ଯ୍ୟକ୍ରମ ନେଇଛନ୍ତି । ଏଥିରେ କଲେଜ ଯେତିକି ଅର୍ଥ ଦେବ ତାର ଦୁଇଗୁଣା ଅର୍ଥ ରାଜ୍ୟ ସରକାର ଦେବେ ବୋଲି କହି ସେ ନିଜ ପାଣ୍ଠି ରୁ କୋଡିଏ ଲକ୍ଷ ଟଙ୍କା ମହାବିଦ୍ୟାଳୟକୁ ଅନୁଦାନ ଦେବାକୁ ଘୋଷଣା କରିଥିଲେ । ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଆମ ପାଇଁ ମନ୍ଦିର କହିବା ସହ ହମିରପୁର ଠାରେ କୋଏଲ ଚେକ ଡ୍ୟାମ ବ୍ୟାରେଜ ହେଲେ ସ୍ଥାନୀୟ ଅଂଚଳ ସୁନାମୁଣ୍ଡା ପାଲଟିବା ସହ ଲୋକଙ୍କ ରୋଜଗାର ବୃଦ୍ଧି ପାଇବ ବୋଲି ମତ ରଖିଥିଲେ।ଏହି ଅବସରରେ ପୂର୍ବରୁ ଶ୍ରୀ ତରାଇଙ୍କ ଦଶଲକ୍ଷ ଟଙ୍କା ଅନୁଦାନରେ ନିର୍ମାଣ ହୋଇଥିବା ଶ୍ରେଣୀ ଗୃହକୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଉଦଘାଟନ କରିଥିଲେ । ଏହା ସହ ମହାବିଦ୍ୟାଳୟ ପରିସରରେ ମୁଖ୍ୟ ଅତିଥି ଶ୍ରୀ ପୂଜାରୀ ବୃକ୍ଷ ରୋପଣ କରିଥିଲେ । ଶେଷରେ ଅଧ୍ୟକ୍ଷା ଡଃ ମଲ୍ଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ସର୍ବଶ୍ରୀ ହରିଶ୍ଚନ୍ଦ୍ର ମିଶ୍ର,ମୀନତି ଦୀପ,ପ୍ରତିଭା ଅଧିକାରୀ,ମୀନାକ୍ଷୀ ସାହୁ, ସୁଜାତା କିଣ୍ଡୋ,ସୁଜାତା ପାଢୀ,ରାଧାନାଥ ବିଶ୍ବାଳ, ବ୍ରଜେନ୍ଦ୍ର କର,ଆୟୁସ୍ମିତା ସାହୁ,କିରଣବାଳା ସ୍ବାଇଁ, ରମେଶ କୁମାର ସାହୁ, ଅଶୋକ ମିଶ୍ର, ଦୁଷ୍ମନ୍ତ ବେହେରା, ଅଞ୍ଜନ ଗୋଛାୟତ ଓ ଯୁକ୍ତ ୨ ଉଚ୍ଚ ବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଜ୍ୟୋତ୍ସ୍ନା

Sunil Chandra Nayak

ଦରଦାମ ବୃଦ୍ଧିକୁ ନେଇ ନର୍ଲା କଂଗ୍ରେସ ଦଳର ହାଲ୍ଳlବୋଲ କାର୍ଯ୍ୟକ୍ରମ

Sunil Chandra Nayak

ଲଖନାପଡ଼ା ଗାଁକୁ ପ୍ରଶାସନ ଅଧକାରୀଙ୍କ ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!