ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ  ଙ୍କ କବିତା ନୂଆଖାଇ

ନୂଆଖାଇ 

                  କବିତା ସାହୁ  

୧- କେତେ ଖୁସି ଆନନ୍ଦ ପସରା ନେଇ 
ଏ ସନ ଆସିଛି ହସି ନୁଆଖାଇ ।
ଦୁର ରାଇଜରୁ ଆସିଲେଣି ଭଉଣୀ ଭାଇ 
ଘରଦ୍ବାର ଲିପା ପୋଛା ସଜ୍ଜିତ ହୋଇ ।
୨-ଢୋଲ ନାଚଗୀତେ ହସେ ପଶ୍ଚିମ ଓଡିଶା
ବଜାର ସହର ଆଲୋକ ମାଳାରେ ସଜ୍ଜା।
ଧନୀ ଗରିବ ବଡ ସାନ ସଭିଏ ଆଜି ଏକ
କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ର ଶିକ୍ଷା । 
୩- ନୂଆ ଧାନ ନୂଆ ଚାଉଳ ନୂଆଚୁଡା ପରିବା
ନୂଆହାଣ୍ଡିରେ ପିଠାପଣା ନବାନ୍ନ ରନ୍ଧା।
ନୂଆ ବସ୍ତ୍ର ପରିଧାନ ଆବାଳ ବୃଦ୍ଧ ବନିତା
ଭୁଲି ରାଗ ରୋଷ ମାନ ହୁଅନ୍ତି ଏକତା। 
୪- ସ୍ନେହ ଆଦର ଭେଟଘାଟ ଭାଇଚାର ଭାବ 
ବଡଙ୍କୁ ଜୁହାର ସାନଙ୍କୁ ଆଶିଷ ଦେବ ।
ଶାନ୍ତି ମୈତ୍ରୀ ଭାବ ଆସୁ ସବୁରୀ  ଘର
ଏକାଠି ବସି ପ୍ରସାଦ ଖାଇବା ଖୁସି ଅପାର  ।
କୁରେଇ ପତରେ ଖାଇ ନିରୋଗ ଶରୀର
ରୀତି ନୀତି ପରମ୍ପରା ରହିଅଛି ସବୁର । 
୫- ଈଷ୍ଟ ଦେବୀ ପାଶେ ଅନ୍ନ ଲାଗି କରି ଜୁହାର 
କରନ୍ତି ପ୍ରାର୍ଥନା ମାଆ ପାଶେ ସକଳ ନର। 
ରୋଗ ଶୋକ ଦୁଃଖ କଷ୍ଟ କର ମାଆ ଦୂର
ଅଭାବ ନ ରହୁ କାହା ଶସ୍ଯ ଭଣ୍ଡାର 
ଧରଣୀ ମାଆ ଆଶିଷେ ମନ ଖୁସି ସବୁର।

        ଜୟପୁର

Related posts

ନବରଙ୍ଗପୁର କଲେଜ ସ୍ବର୍ଣ୍ଣ ଜୟନ୍ତୀ କାର୍ଯ୍ୟକାରିଣୀ କମିଟି ଗଠିତ

Sunil Chandra Nayak

ବିଜୁ ଜନତା ଦଳ ତରଫରୁ ନୁଆଁଖାଇ ଭେଟଘାଟ ପାଳିତ

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ବାଲେଶ୍ଵରକୁ ମିଳିଲା ସମ୍ମାନ

Sunil Chandra Nayak

Leave a Comment

error: Content is protected !!