ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଅଁଲିଆ କବି ସୁଧୀର୍‌ ପଁଡା ଙ୍କ କବିତା ନୂଆଁଖାଇର୍ ସାଜୋ ପିଂଧା

  ନୂଆଁଖାଇର୍ ସାଜୋ ପିଂଧା

ମହରଗିର୍ ଇଟା ପହେଲା ନୂଆଁଖାଇ 
ବିହା ଉତ୍‌ରୁଁ ଶଶୁର୍ ଘରେଁ 
ଧନ୍ ଦର୍‌ବର୍ ଉନା ନାଇନ ତାଁକର୍‌
ଶାଶ୍ ଘୁଷୁଛନ୍ ଥର୍‌କେ ଥରେ।୧
“ମୋର୍ ଯେତ୍‌କି ସାଜୋ ପିଂଧ୍‌ବୁ ବହ 
ଇ ପହେଲା ନୂଆଁଖାଇ ଦିନେ
ହେତୁ ରଖିଥବୁ ଗୁଟେଗୁଟେ କରି 
ନି’ହଜାବୁ କେନ୍‌ଠାନେ।୨
କଲା ମଚ୍‌ମଚ୍ ଚାଆଁରି ଗୁଟେ 
କଷି କରି ମୁଁଡ଼େଁ ବାଂଧ୍‌ବୁ 
ତେଲ୍‌ ଚିକ୍‌ଚିକ୍ ଢଲିଆ ଖୁଷାଥିଁ 
ରୁପାର୍ ପତ୍‌ରି ଖୁଚ୍‌ବୁ।୩
ଖିର୍‌ପିନି ବାଲ୍‌ଚେପ୍‌ନା ପାରାକଁଟା 
ଘିନିଛେଁ କେତ୍‌ନିକେତେ
ଛିଟ୍‌ଫିତା ବର୍‌କଷ୍ କରି ବାଂଧ୍‌ବୁ 
ଅଛେ ଯାହାକେଯେତେ।୪
ଡେବ୍‌ରି ନାକେଁ ଝରାପୁଟ୍‌କି 
ଭୁଜ୍‌ନି ଫାଲେଁ ଚକ୍‌ରି ଗୁନା
ଡଁଡ଼ି ଯଦି ମନ୍ ପାଉଛେ ତୋତେ 
ପିଂଧି ପକାବୁ ମୋର୍ ସୁନା।୫
ଝଲ୍‌କା ଗଁଠିଆ ଫସିଆ ବେଁଟ୍‌ଲା ମୋର୍ 
ତୁଇ ଉଲାବୁ କାନେ ଦୁଲ୍ 
ନୂଆଁ ଖାଇ ସାରି ମୁଡ଼ିଆ ମାର୍‌ବୁ ଆମ୍‌କୁଁ
ଦେମୁ ସାରେ କର୍‌ନଫୁଲ୍‌।୬
ବଢ଼େ ଉଜନର୍ ଖଗ୍‌ଲା ଅଛେ 
ସେଟା ଉଲେଇ ହେମି ମୁଇଁ 
କାଁଚିମାଲି ଚାପ୍‌ସରି ଗଜ୍‌ବନ୍ ମାଲି 
ପିଂଧି ପକାବୁ ଗୋ ତୁଇ ।୭
ମୋର୍ ବାପର୍‌ ଦିନୁ କେଭେଁ ହେଲେଁ ମୁଇଁ
ନାଇଁ ପିଂଧି ପିଚୋ ଦଗ୍‌ଲି
ଦଗ୍‌ଲି ଭିତ୍‌ରେଁ ଟିଁଚୋ ଛାତି ଭିଡ଼ା 
କହି ନି ଜାନେ ମୁଇଁ ସେ ବୁଲି।୮
କତ୍‌ରିଆ ବଂଦ୍‌ରିଆ ଟାଡ଼ ବାହାସୂତା 
ଉଜନ୍ ଯେତେ ସାଜୋ ମାନେ
ସେ ସବୁ ତୁଇ କାଏଁଯେ ପିଂଧ୍‌ବୁ 
କଲାରି ଫବ୍‌ବା ତୋତେ ବନ୍‌ଏ।୯
ସୁନାଚୁଡ଼ିର୍‌ ସାଂଗେ ନାଇଁ ପାସ୍‌ରିବୁ 
ପିଂଧ୍‌ବୁ ପଁହଲା କାଚର୍ ଚୁଡ଼ି
ଲାଖ୍ ପଟେପଟେ ଦୁହି ହାତେଁ ଧନ 
ରଖିଥିବୁ ହର୍‌ମିଶା ଯୁଡ଼ି।୧୦
ଦଶି ଆଂଗ୍‌ଠିକେ ଦଶ୍‌ଟା ମୁଦି 
ଅଧା ଭରି କେନ୍‌ଟା ଭରେ
ତୋର୍ ଶଶୁର୍‌ ଘିନି ସାରିଛନ୍‌ 
ତୋର୍‌ ଲାଗି ଫେର୍‌ ଥରେ। ୧୧
ହଲ୍‌ଦି ମାଖ୍‌ବୁ ସକାଲୁଁ ଉଠିକରି
ନଖେଁ ଲଗେଇ ଥିବୁ ଲାଲି
ବର୍‌ପଲିଆ ମଠା ପିଂଧି, ସମ୍‌ଲେଇ ଗୁଡ଼ି
ଦୁହେଁ ଯିମା ଚାଲିଚାଲି।୧୨
ଅଁଟାସୂତା ଗୁନ୍‌ଚି କୁଡ଼େ ଭରିର୍ 
କଁଟି ହଇଥା ଗୋ ତୁଇ
ଢିଲା ଚିପା ହେଲା ବଏଲେଁ କହେବୁ 
ସୁନାରିକେ ଡକାମି ମୁଇଁ ।୧୩
ଗୁଡ଼େଁ ପାଏଁଝଲ୍ ଗୁର୍‌ଦୁ ଉଜନ୍ 
ବାଜୁଥିବା ଛୁଡ଼ୁନ୍ ଛୁଡ଼ୁନ୍ 
ବଏସ୍ ଗଲାନ ପଏଁରି ପିଂଧି ମୁଇଁ
ଚାଲୁଥିମି ଠୁଡ଼ୁନ୍ ଠୁଡ଼ୁନ୍।୧୪
ପାଦେଁ ମାଖ୍‌ବୁ ଲାଲ୍ ଅଏଲ୍‌ତା 
ଦିଶୁଥିବା ବର୍‌ହମ୍ ଲାଲ୍ 
ଦଶ୍‌ଟା ଆଂଗ୍‌ଠିକେ ଦଶ୍‌ଟା ଝରାମୁଦି
ନୁକୋ ଲାଗ୍‌ବା ତୋର୍‌ ଚାଲ୍।୧୫
ଏତେ ସବୁ ସାଜୋ ରଖିଛେଁ ଗୋ ମା 
ମୋର୍ ନୂଆଁବହ ପିଂଧୁ ବଲି
ଟାକି ରହିଛେଁ ବଛର୍‌ ମୁଡ଼୍‌କେ ଗୁଟେ
ନଂଗଲ୍‌ ମୁଡ଼ିଆ ନାତି ଆସୁ ବଲି।୧୬
ଆଖିଁ କଜଲ୍ କପାଲେଁ ସିଂଦୁର୍ ଟିକା 
ମାଖି ମୋର୍‌ ସୁଂଦ୍‌ରୀ ବହ
ଦେବୀ ବାଗିର୍ ଝକୁଥିବୁ ଗୋ ତୁଇ
ଆଉର୍ କାଣା କହେମି କହ?୧୭
ରେଲେଁ ପରେ ବଘ୍‌ଲାନ ବାବୁ 
ପହଁଚିବା କାଏଲ୍ ପହଁପହଁକେ 
ଟାଂଗାଗାଡ଼ି ଧରି ଗଲେନ ତାର୍ ବବା 
ପହଁଚି ଯିବେ ଘାଏକେ।୧୮
ଖାଲି ହାତେଁ ବାବୁ କେଭେଁ ନାଇଁ ଆସେ 
ଆନ୍‌ସି ଦରବ୍ କେତେ
ତୋର୍ ପସଂଦ୍‌ ଜିନିଷ୍ ରଖ୍‌ବୁ ତୁଇ ଗୋ
ଅଗ୍‌ଲି ଗଲେଁ ଦେବୁ ମୋତେ।୧୯
ସମ୍‌ଲେଇ ମାଆଁକେ କୁଟିକୁଟି ଜୁହାର୍ 
ମୋର୍ ପୁଓ ଭଲେଁ ଆସୁ
ଆଏଁଖ୍‌ ଦୁଇଟା ମୋର୍ ତର୍‌ସି ଯାଉଛେ 
ବାବୁ ଫିରୁଛେ ଛଅ ମାସୁଁ।୨୦

ଗଅଁଲିଆ କବି ସୁଧୀର୍‌ ପଁଡା 

Related posts

ବିଶ୍ଵ କବିତା ଦିବସ ଉପଲକ୍ଷେ କବିତା

Sunil Chandra Nayak

ଛତିଶଗଡ ସରକାର ଉଦନ୍ତୀ ନଦୀରେ ବେରେଜ ନିର୍ମାଣ,ସିନାପାଲି ବ୍ଲକ ସୀମାନ୍ତରେ ବେରେଜ ସ୍ଥାନ ଚିହ୍ନଟ, ଓଡିଶା ଛତିଶଗଡ଼ ଜଳବିବାଦ ଘନେଇଲା

Sunil Chandra Nayak

ଓଡିଆ ଭାଷା ବିକାଶ ମଞ୍ଚ ର କବି ବିନୋଦଚନ୍ଦ୍ର ନାୟକ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!