ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ

କୋକସରା,୫ /୯-  ( ମ ନି ସ  ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ବୁଢାରଜା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ସୋମବାର ଆମପାଣି କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କୁ ନେଇ ଗୁରୁଦିବସ ପାଳିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ମୂଖ୍ୟବକ୍ତା ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଚିତ୍ତରଞ୍ଜନ ଠାକୁର, ସମ୍ମାନୀୟ ଅତିଥି ଭାବେ ସି.ଆର.ସି ପ୍ରମୋଦ କୁମାର ପୁରୋହିତ, ଈଶ୍ୱରୀ ପ୍ରସାଦ ଅଗସ୍ତି, ଅଶ୍ୱିନୀ କୁମାର ଦାସ, ଅନିଲ କୁମାର ପଟ୍ଟନାୟକ ପ୍ରମୂଖ ମଞ୍ଚାସୀନ ହୋଇଥିଲେ । ଶିକ୍ଷକ ଲୋକନାଥ ରାଉତ ମଞ୍ଚ ପରିଚାଲନା କରିଥଲେ । କ୍ଲଷ୍ଟରର ପ୍ରାୟ ୫୦ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ବିଭିନ୍ନ ଉପଢୌକନ ଓ ଉପହାର ପ୍ରଦାନ କରାଯାଇଥିଲା ।

Related posts

ଭୋଟର ତାଲିକା ସଂଵଧୀୟ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ବୈଠକ

Sunil Chandra Nayak

ଜିଲ୍ଲାପାଳ ଙ୍କ କଲମପୁର ବ୍ଳକ ଗସ୍ତ – ୪ଟି ବିଦ୍ୟାଳୟ ପରିଦର୍ଶନ କଲେ

Sunil Chandra Nayak

ରାସ୍ତା ଅଛି, ହେଲେ ଯିବାକୁ ବାଟ ନାହିଁ !

Sunil Chandra Nayak

Leave a Comment

error: Content is protected !!