ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉଠା ଜଳସେଚନ କେନାଲରୁ ବଳଦ ଉଦ୍ଧାର କଲେ ଦମକଳ କର୍ମଚାରୀ

କୋକସରା,୭/୯- ( ମ ନି ସ  )  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ଅଁଳାଗୁଡା ନିକଟରେ ବୁଧବାର ଏକ ବଳଦ କେନାଲ ଭିତରେ ଖସିପଡ଼ି କେନାଲର ପ୍ରବଳ ସ୍ରୋତ ରେ ଭାସିଯାଇ ଜୀବନ ମରଣ ସହ ସଙ୍ଘର୍ଷ କରୁଥିଲା। କିଛି ସ୍ଥାନୀୟ ଲୋକେ ଦେଖି ବଳଦ କୁ ଉଦ୍ଧାର କରିବା ପାଇଁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ । ପରେ ଏ ନେଇ କୋକସରା ଦମକଳ କର୍ମଚାରୀଙ୍କୁ ଖବର ଦେବାପରେ ଘଟଣାସ୍ଥଳରେ ଦମକଳ କର୍ମଚାରୀ ପହଞ୍ଚି କୌଶଳ କ୍ରମେ କେନାଲ ପାଣିରୁ ଅକ୍ଷତ ଅବସ୍ଥାରେ ବଳଦକୁ ଉଦ୍ଧାର କରିଥିଲେ। ବଳଦ ର ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବାବେଳେ ଅଁଲାଗୁଡା ଗ୍ରାମର ବଳଦ ମାଲିକ ପରମେଶ୍ବର ଖଡିକାରଙ୍କୁ ହସ୍ତାନ୍ତର କରାଯାଇଛି।

Related posts

ଘର ଆଗରେ ଧାରଣାରେ ବସିଛନ୍ତି ମା ଓ ଝିଅ

Sunil Chandra Nayak

ନୂଆପଡା ଜିଲ୍ଲା ଶ୍ରମିକ ମହାସଙ୍ଘ ପକ୍ଷରୁ ବୈଠକ

Sunil Chandra Nayak

ରାସ୍ତାରେ ମୃତାବସ୍ଥାରେ ପଡ଼ିଥିବା କୁକୁରର ଶବ ସତ୍କାର କଲେ ଯୁବ ସମାଜସେବୀ ସୁରେନ୍ଦ୍ର ମୁଣ୍ଡା

Sunil Chandra Nayak

Leave a Comment

error: Content is protected !!