ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉଠା ଜଳସେଚନ କେନାଲରୁ ବଳଦ ଉଦ୍ଧାର କଲେ ଦମକଳ କର୍ମଚାରୀ

କୋକସରା,୭/୯- ( ମ ନି ସ  )  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ଅଁଳାଗୁଡା ନିକଟରେ ବୁଧବାର ଏକ ବଳଦ କେନାଲ ଭିତରେ ଖସିପଡ଼ି କେନାଲର ପ୍ରବଳ ସ୍ରୋତ ରେ ଭାସିଯାଇ ଜୀବନ ମରଣ ସହ ସଙ୍ଘର୍ଷ କରୁଥିଲା। କିଛି ସ୍ଥାନୀୟ ଲୋକେ ଦେଖି ବଳଦ କୁ ଉଦ୍ଧାର କରିବା ପାଇଁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ । ପରେ ଏ ନେଇ କୋକସରା ଦମକଳ କର୍ମଚାରୀଙ୍କୁ ଖବର ଦେବାପରେ ଘଟଣାସ୍ଥଳରେ ଦମକଳ କର୍ମଚାରୀ ପହଞ୍ଚି କୌଶଳ କ୍ରମେ କେନାଲ ପାଣିରୁ ଅକ୍ଷତ ଅବସ୍ଥାରେ ବଳଦକୁ ଉଦ୍ଧାର କରିଥିଲେ। ବଳଦ ର ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବାବେଳେ ଅଁଲାଗୁଡା ଗ୍ରାମର ବଳଦ ମାଲିକ ପରମେଶ୍ବର ଖଡିକାରଙ୍କୁ ହସ୍ତାନ୍ତର କରାଯାଇଛି।

Related posts

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା କୃଷ୍ଣ କେଶବ

Sunil Chandra Nayak

ଗଣେଶ ପୂଜା ଉପଲକ୍ଷେ ରଶ୍ମି ରଞ୍ଜିତା ମିଶ୍ର (ରୋଜି) ଙ୍କ ଗଳ୍ପ ଟିଉସନ ଦିଦି

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକ କୁମାରକାନୀ ଯୁବକ ଦାଦନ ଯାଇ କେରଳରେ ମୃତ୍ୟୁ , ଗାଁକୁ ଶବ ଫେରୁଛି

Sunil Chandra Nayak

Leave a Comment

error: Content is protected !!