ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି କରଣ ସମାଜର ସାଧାରଣ ବୈଠକ ଅନୁଷ୍ଠିତ ଏବଂ ନୂତନ କର୍ମକର୍ତ୍ତା ଚୟନ

ଭବାନୀପାଟଣା ( ମ ନି ସ ) କଳାହାଣ୍ଡି କରଣ ସମାଜ ଚିତ୍ରଗୁପ୍ତ ମନ୍ଦିରର ସଭାଗୃହରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ସଭା ଆରମ୍ଭରୁ ଦିବଙ୍ଗତ ସ୍ୱର୍ଗାରୋହଣ କରିଥିବା ସମାଜର ସଭ୍ୟ ଏବଂ ସଭ୍ୟାଙ୍କ ପାଇଁ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ବୈଠକଟି ସଭାପତି ରାମ ଶଙ୍କର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକର ଉଦ୍ଦେଶ୍ୟ ଥିଲା ଯେ, ଚଳିତ ବର୍ଷ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୂଙ୍କ ପୂଜନୋତ୍ସବ ବିଷୟରେ ଆଲୋଚନା, ବାର୍ଷିକ ବିବରଣୀ ପଠନ, ସମାଜର ଆୟ ଏବଂ ବ୍ୟୟ ଅନୁମୋଦନ, ୨୦୨୨ ରୁ ୨୦୨୭ପାଇଁ ନୂତନ କର୍ମକର୍ତ୍ତା ଚୟନ ଏସବୁ ଥିଲା ଆଜିକାର ସାଧାରଣ ସଭାର ମୁଖ୍ୟ ଲକ୍ଷ । ଆଜିକାର ଏହି ସଭାରେ ବିଗତ ବର୍ଷର ବିବରଣୀ ପାଠ କରିଥିଲେ ସଂପାଦକ ପ୍ରଦୀପ କୁମାର ପଟ୍ଟନାୟକ, ଆୟ ଏବଂ ବ୍ୟୟ ବିଷୟରେ ପଠନ କରିଥିଲେ ଶ୍ରୀମତୀ ବସନ୍ତ କୁମାର ପଟ୍ଟନାୟକ ବିଭିନ୍ନ ଖର୍ଚ୍ଚ ସମ୍ପର୍କରେ ସୂଚନା ଦେଇଥିଲେ । ଆସନ୍ତା ପୂଜାରେ ବାର୍ଷିକ ଉତ୍ସବ ପାଳନ ପାଇଁ ଉଭୟ ପୁରୁଷ ଓ ମହିଳା ବିଭାଗ ଦ୍ୱାରା ପ୍ରତିଯୋଗୀତାର ଆୟୋଜନ ସମ୍ବନ୍ଧିୟ ଆଲୋଚନା କରାଯାଇଥିଲା । ତଥା ଆଗାମୀ ପୂଜା ନିମନ୍ତେ ଚାନ୍ଦା ବିଷୟରେ ଆଲୋଚନା କରିଥିଲେ । ପୂର୍ବବର୍ଷ ଯେଉଁ କମିଟି ରହିଥିଲା ସେହି କମିଟିକୁ ପୁର୍ନବାର ସାଧାରଣ ବୈଠକରେ ସମସ୍ତେ ଅନୁମୋଦନ କରି କାର୍ଯ୍ୟକରିବା ପାଇଁ ମତ ପ୍ରଦାନ କରିଥିଲେ । ସଭାପତି ରାମଶଙ୍କର ଦାସ, ଉପ-ସଭାପତି ମନୋ ରଞ୍ଜନ ଦାସ, ହିମାଂଶୁ ଶେଖର ପଟ୍ଟନାୟକ, କାଲିନ୍ଧୀ ଚରଣ ପଟ୍ଟନାୟକ, ସାଧରଣ ସଂପାଦକ ଭାବେ ପ୍ରଦୀପ କୁମାର ପଟ୍ଟନାୟକ, ଯୁଗ୍ମ-ସଂପାଦକ ଅର୍ଜୁନ ଚରଣ ପଟ୍ଟନାୟକ, କୈଳାଶ ଚନ୍ଦ୍ର ପଟ୍ଟନାୟକ, ସହ-ସଂପାଦକ କୁମୁଦ ରଂଜନ ପଟ୍ଟନାୟକ, ସମିଞ୍ଚଳ ପୃଷେଠ୍‌, ପ୍ରମୋଦ କୁମାର ପଟ୍ଟନାୟକ, ଫକିର ଚନ୍ଦ୍ର ପଟ୍ଟନାୟକ, ମନୋଜ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ଶ୍ରୀମତୀ ବସନ୍ତ କୁମାରୀ ପଟ୍ଟନାୟକ, କଳାହାଣ୍ଡି କରଣ ସମାଜର ଯୁବ ସଙ୍ଗଠକ ଭାବେ ପ୍ରଦୀପ କୁମାର ଦାସଙ୍କୁ ଚୟନ କରାଯାଇଛି । ଉପଦେଷ୍ଠା ମଣ୍ଡଳୀ ମଧ୍ୟରେ ଏଥର ନୂତନ ଭାବେ ଦିଲୀପ ଦାସଙ୍କୁ ରଖାଯାଇଛି । ମନ୍ଦିର ନିର୍ମାଣ କାର୍ଯ୍ୟ ନିମନ୍ତେ ଉପଦେଷ୍ଠା କମିଟିର ବରିଷ୍ଠ ସଭ୍ୟ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ ଟ.୫୧,୦୦୦ଙ୍କା ଏବଂ କେସିଙ୍ଗା ସହରର ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପଟ୍ଟନାୟକ ଟ.୧୧,୦୦୦ଙ୍କା ସ୍ୱଇଚ୍ଛାରେ ଦାନ କରିଛନ୍ତି । ଆଜିକାର ସଭାରେ କେସିଙ୍ଗା ବ୍ଲକରୁ ରମେଶ ଚନ୍ଦ୍ର ପଟ୍ଟନାୟକ, ନଳୀନ ପଟ୍ଟନାୟକ, ରୂପ୍ରା ରୋଡରୁ ପୁଷ୍ପକ ମହାନ୍ତୀ, ଜୟପାଟଣାରୁ ଜଗମୋହନ ପଟ୍ଟନାୟକ, ନର୍ଲାରୁ ସୁରେଶ ଚନ୍ଦ୍ର ଦାସ ଏବଂ ଲାଞ୍ଜିଗଡ ବ୍ଲକରୁ ଅରବିନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ ।

କିଶନ ଶର୍ମା ଙ୍କ ରିପୋର୍ଟ

Related posts

ନୁଆଁ ଖାଇଲେ ମହିମା ଧର୍ମାବଲମ୍ବୀ

Sunil Chandra Nayak

କବିତା – ଉତ୍କଳ ଜନନୀ

Sunil Chandra Nayak

ମା ତାରିଣୀ କଂ ପବିତ୍ର ପିଠ ଘଟଗାଁ ଠାରେ ତ୍ରିରଙ୍ଗା ଯାତ୍ରା ମହାସମାରୋହରେ ପାଳିତ

Sunil Chandra Nayak

Leave a Comment

error: Content is protected !!