ଅଞ୍ଚଳ ରେ ଶୋକ ର ଛାୟା
କୋକସରା,- ପଞ୍ଚାୟତ କର୍ମଚାରୀ ରୁ ଅବସର ନେବାପରେ ଅଞ୍ଚଳ ର ଜନସେବା ପାଇଁ ସେ ବାଛି ନେଇଥିଲେ କବିରାଜ କାମ । ଗରିବ ଅସହାୟ ଲୋକଙ୍କ ପାଇଁ ସେ ଦିନରାତି ଯୋଗାଉଥିଲେ ଅନବରତ ସେବା । କୌଣସି ଅର୍ଥ ଲାଳସା ରେ ନୁହେଁ ବରଂ ମାନବିକତା ନିଦର୍ଶନ କରି ସେ ନିଜ ଅଞ୍ଚଳ ରେ ରହୁଥିବା ଗରିବ ଅସହାୟ ଲୋକଙ୍କ ସେବାରେ ସମର୍ପିତ ରହୁଥିଲେ । ଆଜି ସେ ଆଉ ନାହାଁନ୍ତି । ହଠାତ ଛାତି ରେ ଯନ୍ତ୍ରଣା ହେବାରୁ ପରିବାର ତାଙ୍କୁ କୋକସରା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ହୃଦ ଘାତ ରେ ତାଙ୍କର ମୃତ୍ୟୁ ହୋଇଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡା ଗ୍ରାମର ଲିଙ୍ଗରାଜ ପଟ୍ଟନାୟକ (୭୫) ଶୁକ୍ରବାର ସକାଳେ ତାଙ୍କ ପରଲୋକ ଖବର ପରେ ତାଙ୍କ ବାସଭବନରେ ଶେଷ ଦର୍ଶନ ପାଇ ଆତ୍ମୀୟ ଓ ଅଞ୍ଚଳବାସୀ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ତାଙ୍କ ଦୁଇ ପୁଅ, ତିନି ବିବାହିତା ଝିଅ, ପୁଅ ବୋହୁ, ନାତି ନାତୁଣୀ ରହିଥିବା ବେଳେ ବଡ଼ପୁଅ ସତ୍ୟେନ୍ଦ୍ର ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ । ଅଞ୍ଚଳ ର ଜଣେ ନିଷ୍ଠାପର ସମାଜସେବୀ ଙ୍କୁ ହରାଇ ନିଜ ଗାଁ ଝରିଆଗୁଡା ସମେତ ରେଙ୍ଗାଳପାଲି ପଞ୍ଚାୟତ ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ( ମ ନି ସ)