Uncategorizedମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ by Sunil Chandra NayakSeptember 17, 20220153 Share0 ଜଣାଣ ମାନଗୋବିନ୍ଦ ସ୍ବାଇଁ ଜାତି ନାହିଁ ତାର ପ୍ରୀତି ଅଛି ତାର ଭକ୍ତିରେ ମୋର ଠାକୁର ଦର୍ଶନ କରୁଛି ଭକ୍ତି ମୁଁ ମାଗୁଛି ଘେନ ମୋର ଏ ଜୁହାର। ସକାଳୁ ଉଠିଲେ ଦର୍ଶନ ନକଲେ ଘରୁ ବାହାରେ ମୁଁ ନାହିଁ ମୁଖକୁ ଧୋଇଲେ ଅନ୍ୟ ସବୁ କାମ କାଳିଆ ମୁଁ ତୋହ ପାଇଁ। ଫୁଲ ମୁ ତୋଳୁଛି ସ୍ନାନ କରି ଯାଏ ଶୁଦ୍ଧେ ଗମନ ମନ୍ଦିର ଭକ୍ତି ଭାବ ବାଢି କହିବି ପ୍ରଭୁଙ୍କୁ ବୁଝିବେ ମୋର ଅନ୍ତର। ପାଦ ପଡୁ ଅଛି ଆଗକୁ ଆଗକୁ ସତେ ଡାକ ପ୍ରଭୁ ଆସ ନମସ୍କାର କରି ଗୁହାରୀ ଜଣାଇ ପ୍ରଭୁ ଦେଲେ ମୋ ସାହସ। ସହି ଧର୍ଯ୍ୟ ଯେତେ ଶକ୍ତ ହବ ସେତେ ଏ ଭାବ କର ପାଳନ ନିଶ୍ଚିତ ହୋଇବ ଫଳ ପ୍ରାପ୍ତି ଆଶା ଭରସା ମୋ ଭଗବାନ । ଗୋଜାବନ୍ଧ ମହାକାଳପଡ଼ା କେନ୍ଦ୍ରାପଡ଼ା