ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଜାତି ନାହିଁ ତାର ପ୍ରୀତି ଅଛି ତାର
   ଭକ୍ତିରେ ମୋର ଠାକୁର
ଦର୍ଶନ କରୁଛି ଭକ୍ତି ମୁଁ ମାଗୁଛି
    ଘେନ ମୋର ଏ ଜୁହାର।
ସକାଳୁ ଉଠିଲେ ଦର୍ଶନ ନକଲେ
      ଘରୁ ବାହାରେ ମୁଁ ନାହିଁ
ମୁଖକୁ ଧୋଇଲେ ଅନ୍ୟ ସବୁ କାମ
    କାଳିଆ ମୁଁ ତୋହ ପାଇଁ।
ଫୁଲ ମୁ ତୋଳୁଛି ସ୍ନାନ କରି ଯାଏ
       ଶୁଦ୍ଧେ ଗମନ ମନ୍ଦିର
ଭକ୍ତି ଭାବ ବାଢି କହିବି ପ୍ରଭୁଙ୍କୁ 
     ବୁଝିବେ ମୋର ଅନ୍ତର।
ପାଦ ପଡୁ ଅଛି ଆଗକୁ ଆଗକୁ
   ସତେ ଡାକ ପ୍ରଭୁ ଆସ
ନମସ୍କାର କରି ଗୁହାରୀ ଜଣାଇ
   ପ୍ରଭୁ ଦେଲେ ମୋ ସାହସ।
ସହି ଧର୍ଯ୍ୟ ଯେତେ ଶକ୍ତ ହବ ସେତେ
    ଏ ଭାବ କର ପାଳନ
ନିଶ୍ଚିତ ହୋଇବ ଫଳ ପ୍ରାପ୍ତି ଆଶା 
      ଭରସା ମୋ ଭଗବାନ ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ତୀର୍ଯ୍ୟକ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା କି ଗୀତ ଗାଇବୁ କବିରେ

Sunil Chandra Nayak

ଫେଲ ମାରୁଛି ଡ଼୍ରେନେଜ ବ୍ୟବସ୍ଥା, ରାସ୍ତା ଉପରେ ଡ଼୍ରେନ ପାଣି

Sunil Chandra Nayak

Leave a Comment

error: Content is protected !!