ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁ ରେ ବିଶ୍ଵକର୍ମା ଙ୍କ ପୂଜା ପାଳିତ

ଡାବୁଗାଁ,୧୭/୯ ଶନିବାର ଡାବୁଗାଁ ସଦର ମହକୁମା ସ୍ଥିତ ସାଉଥକୋ ଅଫିସ, ବ୍ଲକ କାର୍ଯ୍ୟ|ଳୟ, ଓଡିଶା ବିହନ ନିଗମ ପ୍ଳାଣ୍ଟ ଓ ବିଭିନ୍ନ ବେସରକାରି ଅନୁଷ୍ଠାନ ରେ ପ୍ରଭୁ ବିଶ୍ଵକର୍ମାଙ୍କୁ ପୁଜା ଅନୁଷ୍ଠିତ ହୋଇ ଯାଇଛି | ବିଦ୍ୟୁତ ବିଭାଗ କାର୍ଯ୍ୟ|ଳୟ ଠାରେ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଭୁ ବିଶ୍ଵକର୍ମାଙ୍କ ମୂର୍ତି ସ୍ଥାପନ କରି ବହୁ ଧୁମ୍ ଧାମ୍ ରେ ପାଳନ କରିଛନ୍ତି | ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ପବିତ୍ର କୁମାର ସାହୁ କର୍ତ୍ତା ଭାବେ ପୂଜାର୍ଚ୍ଚନା କରିଥିଲେ | ଏହି ପୂଜା ମଣ୍ଡପ ଗୁଡିକରେ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ଝଲସି ପଡୁଛି | ସନ୍ଧ୍ୟାରେ ବିଶ୍ଵକର୍ମାଙ୍କୁ ଦର୍ଶନ କରିବା ପାଇଁ ବହୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି | ସାଉଥକୋ କାର୍ଯ୍ୟ|ଳୟ ରେ ହୋଇ ଥିବା ମୂର୍ତି , ସାଜ ସଜା ବହୁତ ଆକର୍ଷଣୀୟ ହୋଇଥିଲା | ଏଠାରେ ମଧ୍ୟାନ୍ନ ରେ ଭକ୍ତ ମାନଙ୍କୁ ଅନ୍ନଭୋଗ ବଣ୍ଟନ କରା ଯାଇଥିଲା | ଏଥିରେ ବିଦ୍ୟୁତ ବିଭାଗ ରାଜସ୍ୱ ସୁରକ୍ଷା ଅଧିକାରୀ ସୂର୍ଯ୍ୟକାନ୍ତ ପାଢୀ, ସୁପରଭାଇଜର ଶୁଭନ ଚୌଧୁରୀ, ଲାଇନମ୍ୟାନ ମଞ୍ଜୁଳ କୁମାର ସେଠୀ, ପ୍ରବୀଣ କୁମାର ସାହୁ ଓ ଉତ୍ତମ ଦାସ ପ୍ରମୁଖ ପରିଚାଳନା କରିଥିଲେ |

         ପ୍ରଜ୍ଞ|ରଞ୍ଜନ ପରିଡା, ଡାବୁଗାଁ

Related posts

ଡକ୍ଟର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ

Sunil Chandra Nayak

ଡାଳଗୁମା ଠାରେ କଂଗ୍ରେସ ପକ୍ଷରୁ ବ୍ଲକ ସ୍ତରୀୟ ନୁଆଖାଇ ଭେଟଘାଟ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!