ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନ୍ମଦିନକୁ ଓଲଟା ପାଳନ କଲେ ଯୁବ କଂଗ୍ରେସ କମିଟି  

ନବରଙ୍ଗପୁର ତା ୧୭/୯/୨୦୨୨ ନବରଙ୍ଗପୁର ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଦେଖିବାକୁ ମିଳିଛି ଏକ ନିଆରା ଢଙ୍ଗରେ ପାଳନ ହୋଇ ଥିବା ଜନ୍ମଦିନ। ଯାହାକି ଗୋଟେ ପଟେ ଆଜିର ଏ ଦିବସକୁ ଦେଶର ପ୍ରିୟ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ମୋଦୀ ଜି ଙ୍କ ଜନ୍ମଦିନ କୁ ମହା ଆଡମ୍ବର ପୂର୍ଣ୍ଣ ଆକାରରେ ପାଳନ କରୁଥିବା ବେଳେ ଅନ୍ୟପଟେ ସାରା ଦେଶ ଓ ରାଜ୍ୟରେ ଯୁବ କଂଗ୍ରେସ ତରଫରୁ ତାର ଠିକ୍ ଓଲଟା ଭାବରେ ପାଳନ କରିଥିବା ପରିଲକ୍ଷିତ ହୋଇଛି।ରାଜ୍ୟ ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କା ଙ୍କ ନିର୍ଦ୍ଧେଶ କ୍ରମେ ନବରଙ୍ଗପୁର ଠାରେ ଆଜି ଏହି ଦିବସଟିକୁ ନିଆରା ଢଙ୍ଗରେ ପାଳନ କରୁଥିବା ଉପସ୍ଥିତ ଥିବା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ଦ୍ବାରିକା ନାଥ ମହାପାତ୍ର କହିଛନ୍ତି।ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଭାରତ ଇତିହାସରେ ପୂର୍ବରୁ କେବେ ହୋଇନଥିବା ଘଟଣା ସବୁ ଘଟିବା ଦେଖା ଦେଇଛି। ମିଥ୍ୟା ପ୍ରତିଶ୍ରୁତି ଦେଇ ଶାସନ ଗାଦି ରେ ବସିଥିବା ମୋଦି ଆଜି ମଣିଷ ମାରଣା ନୀତି ଅବଲମ୍ବନ କରିଛନ୍ତି,ବର୍ଷକୁ ଦୁଇ କୋଟି ବେକାର ଙ୍କୁ ଚାକିରି,ବିଦେଶରୁ କଳା ଧନ ଆଣି ପ୍ରତ୍ୟେକ ବ୍ୟାଙ୍କ୍ ଖାତାକୁ ୧୫ ଲକ୍ଷ୍ୟ ଟଙ୍କା ପଠାଇବା।ପ୍ରତ୍ୟେକ ଗରିବ ପରିବାରକୁ ଆବାସ ଯୋଜନା ମାଧ୍ୟମରେ ଗୃହ ଯୋଗାଇ ଦେବା,ଆଛେଦିନ ଆଣିବା,ଚାଷୀଙ୍କୁ ସୁବିଧା ଯୋଗାଇବା,ଦରଦାମ ନିୟନ୍ତ୍ରଣ କରିବା,ଭଳି ପ୍ରତିଶ୍ରୁତି ଧୁଆଁ ବାଣ ରେ ପରିଣତ ହୋଇଛି।ଏହି ଦିବସକୁ ପୂର୍ବ ବର୍ଷ ମାନଙ୍କରେ ମଧ୍ୟ ଏଭଳି ପାଳନ କରିଥିବା କହିଛନ୍ତି ଶ୍ରୀ ମହାପାତ୍ର। ଜିଲ୍ଲା କଂଗ୍ରେସ କମିଟି ସହାୟତାରେ ପାଳନ ହୋଇଥିବା ଏ ଦିବସରେ ଯୁବ କଂଗ୍ରେସ ର ଅନେକ କର୍ମକର୍ତ୍ତା ଙ୍କ ମଧ୍ୟରୁ ଶ୍ରୀ ନିର୍ମଳ ଖଣ୍ଡପାନ,ଶ୍ରୀ ସୁରଜ୍ ଲାଲ,ଶ୍ରୀ ଡାଳ ବନ୍ଧୁ,ଶ୍ରୀ ଦେବା କାନ୍ତ ପଣ୍ଡା,ଶ୍ରୀ ହେମନ୍ତ ଭାତ୍ର,ଶ୍ରୀ ସୁଶାନ୍ତ ସୁନା,ଶ୍ରୀ ଭଗତ ବାଘ,ଶ୍ରୀ ମୁନା ବେସେରା,ଶ୍ରୀ ଦଶା ମାଝୀ,ଶ୍ରୀ ତପନ ନାୟକ,ଶ୍ରୀ ଜଗବନ୍ଧୁ ଜାନି,ଶ୍ରୀ ବଳରାମ ସ୍ବାଇଁ ପ୍ରମୁଖ ଯୋଗ ଦେଇ ଛେଳି ମେଣ୍ଢା,କୁକୁଡ଼ା,ମୁଢ଼ି ମିକ୍ଚର,ଜୋତା ପାଲିସ ଆଦି ଲୋକଙ୍କୁ ସେବା ଯୋଗାଇଥିଲେ। ଉପସ୍ଥିତ କର୍ମକର୍ତ୍ତା ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଶାସନକୁ ଦୃଢ଼ ସମାଲୋଚନା କରିବା ସହ ନାରାବାଜି କରିଥିବା ଦେଖା ଦେଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ଦୁଇଟି ହାତୀ ଆକ୍ରମଣରେ ଗୃହ ନଷ୍ଟ ସହ ଅଳ୍ପକେ ବର୍ତିଲେ ବୁଢ଼ାବୁଢ଼ୀ ଓ ନାତୁଣୀ 

Sunil Chandra Nayak

ବେଣୁଧର ସୁତାର ଙ୍କ କବିତା – ପ୍ରୀତି ର ବସନ୍ତ

Sunil Chandra Nayak

ବ୍ଲକସ୍ତରୀୟ ବିଜ୍ଞାନ ଓ ଗଣିତ ମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!