ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲତା ବେହେରା ଙ୍କ କବିତା ଲୁହ

          ଲୁହ 

         

    ଲତା ବେହେରା 

          
ଜୀବନରେ ଯେବେ ଆସିଯାଏ ଦୁଃଖ 
            ଝରି ଯାଏ ଆଖି ଲୁହ 
ବଞ୍ଚି ରହିବାଟା ଦୁର୍ବିସହ ଲାଗେ
          ବଢି ଯାଏ ଛାତି କୋହ ।
ଅଶାନ୍ତିର ବହ୍ନି ହୁତୁ ହୁତୁ ଜଳେ 
          ପଥ ହୁଏ କଣ୍ଟକିତ 
ସେ କଣ୍ଟାରେ ପାଦ ରଖି ଚାଲୁ ଥାଏ
          ଝରି ଯାଏ ଲୁହ ରକ୍ତ ।
ଅଶୁମାରୀ ଆଶା ଆଶାରେ ଯେ ରହେ
            ଆସେରେ ତୋଫାନ ଝଡ 
ଭଙ୍ଗି ଦେଇଥାଏ କ୍ଷଣିକରେ ସିଏ
            ଆଶ୍ରୟର ଶେଷ ନୀଡ ।
ଶେଷ ଭରସାଟି ତୁଟି ଯାଏ ଯେବେ
            ଝରି ଯାଏ ଲୁହ ଧାର 
ଦିଗ ହଜା ହେଇ ଘୂରି ବୁଲୁଥାଏ 
            ନା ହୁଏ ସିଏ କାହାର ?
ସବୁ ପ୍ରଣୀଙ୍କର ଆଖିରେ ଯେ ଥାଏ
          ଅସରନ୍ତି ଏଇ ଲୁହ 
ଗୋମାତା ଆଖିର ଝରୁ ଥିବା ଲୁହ
         ଦେଖିନ କି ଭାଇ କୁହ ?
ଶିଶୁ ଠାରୁ ପୁଣି ବୃଦ୍ଧ ପରିଯନ୍ତେ
        ଆଖିରେ ଯେ ଲୁହ ଥାଏ 
ହୃଦୟକୁ ଯେବେ ବାଧି ଯାଇଥାଏ
         ଲୁହ ଆପେ ଝରି ଯାଏ । 
ଦୁଃଖ ବେଳେ ଯଦି ଆପଣାର ଲୋକ
         ସାମନାକୁ ଆସି ଯାଏ  
ଯେତେ ଚେଷ୍ଟା କଲେ ଲୁହ ନା କୋହକୁ 
           ରୋକି ପାରିଥାଏ କିଏ ?
ହସ ଯେବେ ଓଠେ ଦେଇ ପାରୁ ନାହଁ
         ଲୁହ କେବେ ଦିଅ ନାହିଁ 
ସାମାନ୍ୟ ଭାବନି ସେ ଆଖି ଲୁହକୁ
         ସବୁ ସୁଖ ନିଏ ଧୋଇ ।
ଦ୍ରୌପଦୀଙ୍କ ଆଖି ଲୁହରେ ଯେ ଶେଷ  
          ହେଇଥିଲା କୁରୁବଂଶ
ମାତା ସୀତାଙ୍କର ଆଖିର ଲୁହରେ
       ଲଙ୍କାପୁର ହେଲା ଧ୍ୱଂସ ।
ନାରୀର ଆଖିର ଟୋପେ ଟୋପେ ଲୁହ
            ହେଇଯାଏ ସ୍ରୋତସ୍ୱନୀ 
ସେଇ ସ୍ରୋତସ୍ୱନୀ କା ବୋଲ ମାନେନି
          ବାଦ୍ କେହି ପଡନ୍ତିନି ।
ମାଆ ବସୁନ୍ଧରା ଆଖିର ଲୁହକୁ
           ସହିଲେନି ନାରାୟଣ
ଅବତାର ନେଇ ଏ ମର୍ତ୍ତ୍ୟ ପୁରରେ
           ଧର୍ମକୁ କଲେ ସ୍ଥାପନ ।
ଅଢେଇ ଦିନିଆ ଏଇତ ଜୀବନ 
           କି ଅବା ଭରସା ତାକୁ 
ଯେତିକି ବଞ୍ଚିଛେ ଖୁସିରେ ବଞ୍ଚିବା 
         ଖୁସି ଯେ ଦେବା ଅନ୍ୟକୁ ।

           ଜୟ ଜଗନ୍ନାଥ 

        

       ଲତା ବେହେରା 

         ଜକା, ଢେଙ୍କାନାଳ 
 

Related posts

ବାବୁଶାନ ଙ୍କ ଦମନ୍ ଆଣିବ ବୈପ୍ଳବିକ ଆନ୍ଦୋଳନ, ଦର୍ଶକ ଫେରିବେ, ହୁଇସିଲ୍ ବାଜିବ

Sunil Chandra Nayak

ମିଳିତ ଏନପିଏସ୍ କର୍ମଚାରୀ ସମନ୍ବୟ ସମିତି ବ୍ଳକ ସ୍ତରୀୟ ସାମ୍ବିଧାନିକ ସଭା

Sunil Chandra Nayak

ତରକାସୁର ବଧ

Sunil Chandra Nayak

Leave a Comment

error: Content is protected !!