ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ଆଶ୍ଵିନର ମହାଦାନ

   ଆଶ୍ଵିନର ମହାଦାନ

ଆଶ୍ଵିନ ଆସନ୍ତେ ଲାଳିତ୍ୟ ଜଗତେ
   ବସୁଧାରୁ ବ୍ୟୋମ ଭରା,
ବିୟତେ ବାଦଲ ଭୂ-ରେ କାଶଫୁଲ
     ଶୁଭ୍ର ସୁଷମା ପସରା l(୧)
କାଶତଣ୍ଡି ଶ୍ଵେତ ଭୂଲୋକେ ମଣ୍ଡିତ
        ତରଙ୍ଗ ପ୍ରାୟେ ଦିଶଇ
ଏ ଦୃଗ ଯୁଗଳେ ଏ ଦୃଶ୍ୟ ଦେଖନ୍ତେ 
       ମନ ବିଭୋର ହୁଅଇ |(୨)
ଶାରଦୀୟ ପୂଜା ମାଆ ଶକ୍ତି ଧ୍ଵଜା
       ଶକ୍ତିପୀଠରେ ଶରତେ 
ବସୁଧାରେ ବିଭା ପୀଠେ ଦିବ୍ୟପ୍ରଭା
    ଦିବ୍ୟତା ଭରେ ମରତେ |(୩)
*ପୁଅଜୀଉନ୍ତିଆ* ପର୍ବ *ମହାଳୟା*
    *ସିଂହଧ୍ଵଜା* ର ଯାତରା,
ମା’ସମଲେଶ୍ଵରୀ ସାଜି ଶୈଳପୁତ୍ରୀ
     ଶୁଭାରମ୍ଭ ଦଶହରା l(୪)
*ଭାଇଜୀଉନ୍ତିଆ* ନବଦୂର୍ଗା ପୂଜା
    ନଅ ରୂପରେ ପୂଜିତା,
କଳାହାଣ୍ଡିଠାରେ ଶୁକ୍ଳ ନବମୀରେ
    ଛିନ୍ନମସ୍ତା *ଛତ୍ର-ଯାତ୍ରା* l(୫)
ମଣ୍ଡପେ-ମନ୍ଦିରେ ଦିବ୍ୟ ସୁରଭିରେ
      ଧୂପ-କର୍ପୂର-ଚନ୍ଦନ, 
ଶୁଦ୍ଧମନ ଶୁଦ୍ଧ ହୃଦୟେ ପୂଜିଲେ
      ପୂର୍ଣ୍ଣ ହୁଏ ମନସ୍କାମ l(୬)
ଆଦିଶକ୍ତିମୟୀ ସେହି ସ୍ନେହମୟୀ
    ଶାମ୍ଭବୀ ସେ ନାରାୟଣୀ,
ମହିଷାମର୍ଦ୍ଦିନୀ ଦୁର୍ଗତିନାଶିନୀ 
     ପର୍ବ ମାତା *ଦୁର୍ଗାଷ୍ଟମୀ* l(୭)
ମାଗୁଅଛି ଆଜି ପୁଷ୍ପାଞ୍ଜଳି କରି
    ସୁଦୟା କର ହେ!ମାତା,
ବିଶ୍ଵର ମଙ୍ଗଳ କର ହେ! ସାଧନ
    ନମାମୀ ଅପରାଜିତା l(୮)
ଅସତ୍ୟ ଉପରେ ସତ୍ୟ ସଦା ଜିତେ
      ପାପକୁ ଜିତଇ ପୂଣ୍ୟ,
*ବିଜୟାଦଶମୀ* *କୁଆଁର ପୁନେଇଁ*
      ଆଶ୍ଵିନର ମହାଦାନ l(୯)

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର 

ଜୁନାଗଡ଼ (କଳାହାଣ୍ଡି)
ଜନ୍ମଭୂମି-ମଣ୍ଡଳ (ବଲାଙ୍ଗିର)

Related posts

ସାହିତ୍ୟ ଅଗଣା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା କାକ ସଭା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Leave a Comment

error: Content is protected !!