ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ମୋର ହାତ ଗୋଡ଼ ଚଳୁଥିବା ଯାଏ
      କରୁଥିବି ପ୍ରଭୁ କାମ
 ଭଲ ଥିବା ଯାଏ ସେବାରେ ତାଙ୍କରି
      କରୁଥିବା ହରିରାମ।
ମିଛ କହିବାକୁ ଏତୁଣ୍ଡେ କେବେହେଁ
   ନଆସୁ ଜୀବନେ ଭାଷା
ସତ କହି ମୁଖେ ଜୀବନେ ମୋ ଭାଷା
    ପ୍ରଭୁ ମୋ ଥାଉ ପ୍ରଶଂସା।
ବିପଦ ନଆସୁ ପ୍ରଭୁ ଦିଅ ସାହା 
     ଏତିକି କରୁଣା ହେଉ
ଜଗତର ପତି ଏ ବିଶ୍ୱ ସଂସ୍କୃତି
      ଶାନ୍ତି ରଖ ମହାବାହୁ ।
ତୁମରି ନାମରେ ସଂସାର ଚାଲିଛି
   ହୁଅ ତୁମେ ମୁଖ୍ୟ କର୍ତ୍ତା
ଦୁଃଖ ବୁଝିଦେଲେ ବଂଶମୋ ହାଲୁକା
   ତୁଟିଯାଏ ମୋର ବ୍ୟଥା। 
ନିତି କର୍ମ କରି ସମାଜ ମଧ୍ୟରେ
   ହସଖୁସି ହୋଇ ଚଳୁ
ଠାକୁର ଭରସା ଦିଅନ୍ତି ସାହସ
    ପ୍ରଭୁ ମୋ ବଡ ଦୟାଳୁ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ମମତା ସାହୁ ଙ୍କ କବିତା  ରଥରେ ଦର୍ଶନ କରିବା

Sunil Chandra Nayak

ବିଶ୍ୱନାଥ କର ସିଡ ର କାର୍ଯ୍ୟକାରୀ ସଭାପତି ମନୋନୀତ

Sunil Chandra Nayak

ସାପ କାମୁଡ଼ାରେ ଜଣେ ମହିଳା ମୃତ

Sunil Chandra Nayak

Leave a Comment

error: Content is protected !!