ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲୁଟ୍ ହେଉଛି କେନ୍ଦୁ କାଠ, ମାଫିଆ ଙ୍କୁ ସୁରକ୍ଷା ଦେଉଛି ବନାଞ୍ଚଳ ଅଧିକାରୀ

କାମାକ୍ଷନଗରର: ମ.ନି ସ._ଲୁଟ୍ ହେଉଛି ଜଙ୍ଗଲରୁ କେନ୍ଦୁ କାଠ, ଲୁଟ୍ କରୁଛନ୍ତି କାଠ ମାଫିଆ । ଆଉ କାଠ ମାଫିଆ ଙ୍କୁ ସୁରକ୍ଷା ଦେଉଛି ଢେ଼ଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ର ବନାଞ୍ଚଳ ଅଧିକାରି ବନବିହାରୀ ସର୍ଦ୍ଦାର ବୋଲି ଅଭିଯୋଗ ହୋଇଛି । ଆଉ ବନାଞ୍ଚଳ ଅଧିକାରୀ ଙ୍କ କଥାରେ ଯାଇ କନ୍ଧରା ଫରେଷ୍ଟ ବିଟ ର ବିଭାଗୀୟ ଅଧିକାରୀ ଏବେ ହରଡ ଘଣା ରେ। ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର କେନ୍ଦୁ କାଠ ବାହାର ରାଜ୍ୟକୁ ଚୁରା ଚାଲାଣ ହେଉଥିବା ବେଳେ, ଟେର ପାଉଛି ସ୍ଥାନୀୟ ବନ ବିଭାଗ ନା ସ୍ଥାନୀୟ ପ୍ରଶାସନ ଅଧିକାରୀ। ବନ ବିଭାଗର ଅଧିକାରୀମାନେ ଜାଣି ଶୁଣି ଜାଣି ପାରୁନାହାନ୍ତି ନା ସତେ ଯେମିତି କେନ୍ଦୁ କାଠ ମାଫିଆ ଙ୍କ ସହିତ ବନ ବିଭାଗର ଅଧିକାରୀ ମାନଙ୍କ ସହିତ ତ୍ରିକୋଣିଆ ମେଳି ହୋଇଛି । ଜଙ୍ଗଲରୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର ମୂଲ୍ୟବାନ କେନ୍ଦୁ କାଠ ଲୁଟି ମାଲେ ମାଲ ହେଉଛି କାଠ ମାଫିଆ। ଆଉ କାଠ ମାଫିଆ ଙ୍କୁ ସୁରକ୍ଷା ଦେଉଛନ୍ତି ବାବୁ ବନାଞ୍ଚଳ ଅଧିକାରୀ। କଙ୍କଡ଼ାହାଡ଼ ଅଞ୍ଚଳ ଜଙ୍ଗଲରୁ ବହୁଦିନ ଧରି ବାହାର ରାଜ୍ୟ କୁ ଯାଉଥିବା କେନ୍ଦୁ କାଠ କୁ ସୁରକ୍ଷା ଦେଉନି ବନ ବିଭାଗ। ବହୁଦିନ ଧରି ଏହି ଅଞ୍ଚଳରେ କେନ୍ଦୁ କାଠ ବାହାର ରାଜ୍ୟ କୁ ଚୋରା ଚାଲାଣ ହେଉଥିବା ବେଳେ ବନ ବିଭାଗ ଜାଣିପାରିଲାନି କେମିତି,ନା ଜାଣି ଶୁଣି ପକେଟ ଗରମ କରି ମୁହଁରେ ତୁଣ୍ଡି ମାରି ବସିଛି ବନ ବିଭାଗ ଅଧିକାରୀ।ଏତେ ସବୁ ଘଟଣା ଦେଖିବା ପରେ ଢେ଼ଙ୍କାନାଳ ବନଖଣ୍ଡ ଅଧିକାରୀ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

କାମାକ୍ଷାନଗର ଉପଖଣ୍ଡ ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ତ୍ରିରଙ୍ଗା ବନ୍ଦେ ମାତର

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଦୁଇ ଦିନିଆ ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ

ଡାବୁଗାଁ ନିର୍ବାଚନ ମଣ୍ଡଳୀର ଦୁଖ ସୁଖର ସାଥି ଲୋକପ୍ରିୟ ବିଧାୟକ ସବୁ ସମୟରେ ଲୋକସେବା ଯୋଗୁଁ ଚର୍ଚ୍ଚାରେ

Sunil Chandra Nayak

Leave a Comment

error: Content is protected !!