Uncategorizedସିତାଂଶୁ ଜେନା ଙ୍କ କବିତା ମା by Sunil Chandra NayakSeptember 18, 2022086 Share0 ମା ସିତାଂଶୁ ଜେନା ମଧୁ ଠାରୁ ଆଉ ମଧୁର ନାଁ ଟେ କହିକେ ପାରିବ ଦେଖି ସାତ ବଇକୁଣ୍ଠ ଚଉଦ ବ୍ରହ୍ମ।ଣ୍ଡ ମା ନାମ ଅଛି ଲେଖି ପେଜୁଆ ଆଖିରେ ଆନନ୍ଦର ରେଖ କାଁଚୁଲା ରହିଛି ସାଖି ମଧୁଠାରୁ ଆଉ ମଧୁର ନାଁ ଟେ କହିକେ ପାରିବ ଦେଖି………………. ମମତାର ସେହି ସୀମାହୀନ ନଈ ମା ପରି କେହିନାହିଁ ଭୋକିଲା ପେଟରେ ଶୁଖିଲା ମୁହଁରେ ଯାଏ ଗୋ ଅମୃତ ବହି ଝୁଣ୍ଟି ପଡୁଥିଲେ ତୋ ନାମ ଉଚ୍ଚାଟେ ବିପଦ ଯାଏ ନିରେଖି ମଧୁଠାରୁ ଆଉ ମଧୁର ନାଁ ଟେ କହିକେ ପାରିବ ଦେଖି………………. ଜାତନା ଯଉରେ ନିଜେ ଜଳି ଜଳି ଆଲୋକର ଦୀପ ରାଶି ବିତରିତ କରେ ସନ୍ତାନ ପାଇଁକି ଆଶିଷ ଯାଏ ବରସି ସଦା ଥାସ୍ତୁର ଅଭୟ ମୁଦ୍ରାରେ ହୃଦୟେ ଦେଇଛୁ ରଖି ମଧୁଠାରୁ ଆଉ ମଧୁର ନାଁ ଟେ କହିକେ ପାରିବ ଦେଖି……………….