Uncategorizedଡା. ଦେବୀ ପ୍ରସାଦ ମିଶ୍ର ଙ୍କ କବିତା ଗୋଟିଏ ସନେଟ : ଆମ ପ୍ରିୟ ଓଡ଼ିଆ ଭାଷା ପାଇଁ by Sunil Chandra NayakSeptember 19, 20220227 Share2 ଗୋଟିଏ ସନେଟ : ଆମ ପ୍ରିୟ ଓଡ଼ିଆ ଭାଷା ପାଇଁ ଡା. ଦେବୀ ପ୍ରସାଦ ମିଶ୍ର ସହକାରୀ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଓଡ଼ିଆ ପଢ଼ ଓଡ଼ିଆ ଲେଖ ରଖିବା ପାଇଁ ଭାଷାର ଟେକ ଆମ ଓଡ଼ିଆ ବଢ଼ିଆ ଭାରି ଅନ୍ୟ ଭାଷା କି ହେବ ତା’ ସରି ! ଆହୁରି ଭାଷା ତା’ସଙ୍ଗେ ଶିଖ ମାତୃଭାଷାର ମହତ ରଖ ସଂଗ୍ରହ କର ଓଡ଼ିଆ ବହି ଓଡ଼ିଆ ବିନା ନପାର ରହି !! ଓଡ଼ିଆ ଆମ ଭାଷା ମାଆର କରିବା ନାହିଁ ତାହାକୁ ପର ଭାଷା ସୁରକ୍ଷା ସଭିଏଁ କର ଭବିଷ୍ୟତକୁ ନଥିବ ଡର !!! ଆମ ମାତୃଭାଷା ଓଡ଼ିଆର ଟେକ ରଖିବା ପାଇଁ ଆସହେ ସଭିଏଁ ଶପଥ ନେବାରେ ଭଉଣୀ ଭାଇ । ଦେବାନୁଭବନ କାଠଗଡା, ଢେଙ୍କାନାଳ