Uncategorizedସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ମନ ଫୁଲ by Sunil Chandra NayakSeptember 19, 2022058 Share0 ମନ ଫୁଲ ମନ ଫୁଲ ମୋର ମଉଳି ଯାଇଛି ମନର ଭାବନା ତଳେ ଆଖିର ଆଗରେ ତୁମ ପ୍ରତିଛବି ନାଚୁ ଥାଏ ସବୁବେଳେ ମନ ଫୁଲ ମୋର ……………୧ ପ୍ରୀତିର ଭାବନା ମନକୁ ମୋହର ପାଗଳ କରୁଛି ଖାଲି ହୃଦୟ ଜଳୁଛି ତୁମ ଭାବନାରେ ଅନୁଭବ ହୁଏ ଖାଲି ତୁମ ବିନା ଏକା ବଞ୍ଚି ମୁଁ ପାରୁନି ବିରହ ନିଆଁରେ ଜଳେ ମନ ଫୁଲ ମୋର ……………୨ ପଥର ହେଲାଣି ହୃଦୟ ମୋହର ତୁମ ବାଟ ଚାହିଁ ଚାହିଁ କଥା ଦେଇଥିଲ କେବେହେଲେ ଦିନେ ହାତମୋ ଛାଡ଼ିବ ନାହିଁ ବିଶ୍ବାସ ହାରିନି ପ୍ରେମବି ମରିନି ପ୍ରେମ ବଞ୍ଚୁ ସବୁ ବେଳେ ମନ ଫୁଲ ମୋର ମଉଳି ଯାଇଛି ମନର ଭାବନା ତଳେ……….୩ ସତ୍ୟରଞ୍ଜନ ସ୍ୱାଇଁ ଅବଦଲପୁର, ଯାଜପୁର