ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ବିବେକକୁ ପ୍ରକାଶ କର

ବିବେକକୁ ପ୍ରକାଶ କର

ସମୟ ନୂହେଁ ତ କାହାର ଅଧୀନ
ଅବିଶ୍ରାନ୍ତ ଗତିରେ ଚାଲେ ରାତି ଦିନ |୧|
ତାର ଗତି ଚକା ଭଉଁରି ପରି ଖେଳ
ଯୁଗେ ଯୁଗେ ବଦଳେ ବେଳକୁ ବେଳ |୨|
ସମୟର ତାଳେ ତାଳେ ହସ ଖୁସି ପରା
କ୍ଷଣିକ ଯାତରା, ପୁଣି ଦୁଃଖ ଲୁହ ଲହୁ ଭରା |୩|
ଯେତେ ହେଉ ସାଧନା ଅବା ସିଦ୍ଧିର ବଳ
କେହି ଖୋଜି ପାଇ ନାହାଁନ୍ତି ତା ଥଳ କୁଳ |୪|
ରେ ମଣିଷ ବିଶ୍ୱକୁ ଧ୍ବଂସ କରିବାର ଆସ୍ଫାଳନ
କିଆଁ କରୁ ଅକାଳ ବିନାଶକୁ ନିଜେ ନିମନ୍ତ୍ରଣ |୫|
ଆଜି ମଣିଷପଣିଆ ଢିଙ୍କି ପରି ହଜାଇଛ
ପରଶ୍ରୀକାତରତା ହୃଦୟେ ବୀରତ୍ୱ ଖୋଜୁଛେ |୬|
ନିଜେ ନିଜ ବିବେକକୁ ଗୁରୁ ଭାବେ କର ଭଜନ 
ଗୋଟିଏ ସୂତ୍ରରେ ହୋଇ ବନ୍ଧା ଶାନ୍ତ କର ମନ |୭|
ସତ୍ୟ ସତ୍ୟ ତ୍ରିବାର ସତ୍ୟ, ଏ ମୋର ଜଣାଣ
ମିଛ ଅହଂକାରେ ନହୁଅ କର୍ତ୍ତବ୍ୟେ ଅସାବଧାନ |୮|
ଅବିଶ୍ୱାସ ଓ ଅନ୍ଧ ବିଶ୍ୱାସର ଅନ୍ଧାରି ଗଳିରେ
ଧୁରନ୍ଧର ହୋଇ ଶାନ୍ତି ଖୋଜୁଛ ମନର ଭିତରେ |୯|
ଭଲୁଛୁ କିପରି ମନ ତ ତୋହର ନିଜ ଗୁରୁ, 
ଉତ୍ତର ମିଳିଥିଲା ଉଦ୍ଧବ କେତେ ତୁ ପଚାରୁ |୧୦|
ଧରମ ଦ୍ୱାହି ଦେଇ ଯୁଦ୍ଧର ଦୁଃଖକୁ ଡାକନା, 
ହୃଦୟରୁ ଶାନ୍ତିକୁ ଛାଡନା, ନଚେତ ଭୋଗିବ କଷଣ |୧୧|
ଅଜ୍ଞାନତା ଅହଂକାରକୁ ଛାଡି ବିବେକକୁ ପ୍ରକାଶ କର
ବିଶ୍ୱର ମଙ୍ଗଳ ସାଧନ ପାଇଁ ଏହି ଜ୍ଞାନ ସରବ ଗୁରୁଙ୍କର |୧୨|

ଚିତ୍ତ ରଞ୍ଜନ ନନ୍ଦ

ଜଗତପୁର, କଟକ

Related posts

ଶ୍ରୀନିବାସ ପଣ୍ଡା ଙ୍କ ଗଳ୍ପ ପ୍ରକୃତ ବନ୍ଧୁ 

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ

Sunil Chandra Nayak

ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!