ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇଭେଣ୍ଟ ଅର୍ଗନାଇଜର କାର୍ଯ୍ୟଳୟର ଶୁଭାରମ୍ଭ

ନବରଙ୍ଗପୁର,(ମନିସ) ନବରଙ୍ଗପୁର ସହରରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ଇଭେଣ୍ଟ ଅର୍ଗନାଇଜର କାର୍ଯ୍ୟଳୟର ଶୁଭାରମ୍ଭ ହୋଇଯାଇଛି । ଏହାକୁ ଉଦ୍ଘାଟନ କରିଥିଲେ ସମାଜସେବୀ ଜଗନ୍ନାଥ ମହାପାତ୍ର । ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ସମାଜସେବୀ କାଦମ୍ବିନୀ ତ୍ରିପାଠୀ । ନୂଆ ବସଷ୍ଟାଣ୍ଡ ସାମ୍ନା ଜେ ଇ ଏଲ ସି କମ୍ପ୍ଲେକ୍ସ ଠାରେ ଆରମ୍ଭ ହୋଇଥିବା ଏହି ନୂତନ କାର୍ଯ୍ୟାଳୟରେ ବ୍ରତ , ବାହାଘର , ଚିନା ବନ୍ଧା, ଜନ୍ମଦିବସ ପାଳନ , ବିବାହ ବାର୍ଷିକୀ ଆଦି ପାଳନର ଆୟୋଜନ କରାଯିବ । ସମ୍ପ୍ରତି ସମୟରେ ଯେ କୌଣସି କାର୍ଯ୍ୟକ୍ରମ ସମ୍ପାଦନ କରିବାକୁ ମାନବ ସମ୍ବଳର ଆବଶ୍ୟକତା ପଡିଥାଏ । ତେବେ ସମୟ ଓ ମାନବ ସମ୍ବଳର ଅଭାବ ଯୋଗୁଁ ଏହି ସବୁ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲୋକ ମାନେ ବହୁ ହଇରାଣ ହେଉଥିବା ଦୃଷ୍ଟିକୁ ରଖି ସରୋଜ ପଟ୍ଟନାୟକ ଙ୍କ ମାର୍ଗ ଦର୍ଶନରେ ସହରର ଯୁବଗୋଷ୍ଠୀ ପ୍ରଦୀପ ପଟ୍ଟନାୟକ, ଅଶ୍ଵିନୀ ଦାଶ , ବାବୁଲ ନାୟକ , ସୁମନ ସାହୁ , ସୁମିତ ପଟ୍ଟନାୟକ ଆରମ୍ଭ କରିଛନ୍ତି ଏଭଳି କାର୍ଯ୍ୟାଳୟ । ଏହି ଯୁବ ଗୋଷ୍ଠୀ ମାନେ କଲ୍ୟାଣ ମଣ୍ଡପ ଠାରୁ ଆରମ୍ଭ କରି ଅତିଥି ମାନଙ୍କ ଖାଇବା, ବର କନ୍ୟା ସାଜ ସଜ୍ଜା , ସାଉଣ୍ଡ ଲାଇଟ ମାଇକ , ମେଲୋଡି ବ୍ୟବସ୍ଥା ଆଦି ସମସ୍ତ ଆବଶ୍ୟକୀୟ ସେବା ଯୋଗେଇଦେବେ । ଏହା ବ୍ୟତୀତ ବ୍ୟାଣ୍ଡ , ଫଟୋ , ବସ , ଟ୍ରେନ , ଫ୍ଲାଇଟ ଟିକେଟ ଆଦି ସେବା ଯୋଗେଇଦେବେ । ନଗର ଭଳି ସହରରେ ଏଭଳି ସେବା ଯୋଗେଇ ଦେଇଥିବାରୁ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ସାଧୁବାଦ ଜଣେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ମଧୁମାଧଵ ତୀର୍ଥ ରେ ଶ୍ରୀ ରାମ ନବମୀ ମହୋତ୍ସବ ସୁବର୍ଣ୍ଣ ଜୟନ୍ତୀ ଆରମ୍ଭ

Sunil Chandra Nayak

କଳାହାଣ୍ଡି ସୋସିଆଲ ୱେଲଫେୟାର ସଙ୍ଗଠନ ଓ ମାଝୀଗୁଡା ପଞ୍ଚାୟତ ପକ୍ଷରୁ ବୃକ୍ଷରୋପଣ 

Sunil Chandra Nayak

କବିତା – ମୃତ ଫଗୁଣ ର ବ୍ୟବଚ୍ଛେଦ

Sunil Chandra Nayak

Leave a Comment

error: Content is protected !!