ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କର୍ତ୍ତବ୍ୟ ଅନୁଷ୍ଠାନ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ବ୍ଯବସ୍ଥାକୁ ନେଇ ଏକ ପରାମର୍ଶ ଶିବିର

ଥୁଆମୂଳ ରାମପୁର:୨୨/୦୯- (ମନିସ):- କର୍ତ୍ତବ୍ୟ ଅନୁଷ୍ଠାନ ପକ୍ଷରୁ ଥୁଆମୂଳ ରାମପୁର ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷା ବ୍ଯବସ୍ଥା ଉପରେ ଶିକ୍ଷକ ଙ୍କୁ ନେଇ ଏକ ପରାମର୍ଶ ଶିବିର ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟର ସଭାଗୃହ ଠାରେ ଗତ ବୁଧବାର ଯଥା ୨୧/୦୯/୨୦୨୨ ତାରିଖ ଦିନ କର୍ତ୍ତବ୍ୟ ଅନୁଷ୍ଠାନ ର ମୂଖ୍ଯ ଶ୍ରୀ ଅଶୋକ ପଟ୍ଟନାୟକଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି।କର୍ତ୍ତବ୍ୟ ଅନୁଷ୍ଠାନର ଶିକ୍ଷା ସଂଯୋଜକ ଶ୍ରୀ ସୁଦର୍ଶନ ନାଏକ କମ୍ଯୁନିଟି ସ୍ତରରୁ ଏକ ସର୍ଭେ କରି ଶିଶୁର ଶିକ୍ଷଣୀୟ ମାନ କମିବାର କାରଣ ମାନ ଉପସ୍ଥାପନ କରିଥିବା ବେଳେ କର୍ତ୍ତବ୍ୟ ଅନୁଷ୍ଠାନର ମୂଖ୍ଯ ଶ୍ରୀ ଅଶୋକ ପଟ୍ଟନାୟକ ସରକାରଙ୍କ ଶିକ୍ଷା ଅଧିକାର ଉପରେ ଆଲୋକପାତ କରିଥିଲେ। ଏହି ପରାମର୍ଶ ଶିବିରରେ ମୂଖ୍ଯ ଅତିଥି ଭାବରେ ବ୍ଳକ ଅଧ୍ଯକ୍ଷ ଶ୍ରୀଯୁକ୍ତ ଦୟାନିଧି ମାଝୀ, ସମ୍ମାନିତ ଅତିଥି ଭାବେ ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟର ପ୍ରିନ୍ସପାଲ ଶ୍ରୀଯୁକ୍ତ ସତ୍ଯନାରାୟଣ ମୁଣ୍ତଛିନା, ପୂର୍ବତନ ଡବ୍ଳୁଓଡିସି ମେମ୍ବର ଶ୍ରୀ ମାଣିକ୍ଯ ଚନ୍ଦ୍ର ନାଏକ, ସ୍ଥାନୀୟ ସମିତି ସଭ୍ଯା ଶ୍ରୀମତୀ ପୁଷ୍ପାଞ୍ଜଳି ନାଏକ, ସରପଞ୍ଚ ଶ୍ରୀମତୀ ବିଜୟା ମାଝୀ, ପ୍ରମୁଖ ଯୋଗଦେଇ ଥିଲେ। ଉକ୍ତ ପରାମର୍ଶ ଶିବିରରେ ବଡଛତରଙ୍ଗ, ବିରିକୋଟ, କୁମ୍ଭାରକାନୀ, ଥୁଆମୂଳ, କାଣିଗୁମା ଗ୍ରାମପଞ୍ଚାୟତର ସମସ୍ତ ସରପଞ୍ଚ ସମିତି ଓ ୩୫ ଗୋଟି ବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ଅଂଶ ଗ୍ରହଣ କରିଥିଲେ। ଥୁଆମୂଳ ରାମପୁର ବ୍ଳକର ଶିକ୍ଷା ବ୍ଯବସ୍ଥା କୁ ଆହୁରି ଦୁଇ ପାହାଚ ଆଗକୁ ନେବାକୁ ସହଯୋଗ କରିବାପାଇଁ ସେମାନେ ସଂଙ୍କଳ୍ପ ନେଇଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କୋର୍ଟ ସମ୍ମୁଖରେ ପଡି ମୁଦଲାଙ୍କ ଗୋଡ ଭାଙ୍ଗିଲା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

କୋକସରା ବ୍ଲକରେ ନିର୍ଦ୍ୱନ୍ଦରେ ବ୍ଲକ ଉପାଧ୍ୟକ୍ଷ ହେଲେ ରାଜୀବ ଅଗ୍ରୱାଲ

Sunil Chandra Nayak

Leave a Comment

error: Content is protected !!