Uncategorizedଅଚ୍ୟୁତାନନ୍ଦ ଧଳ ଙ୍କ କବିତା ଜୀବନର ଷଡ଼ଋତୁ by Sunil Chandra NayakSeptember 23, 2022058 Share0 ଜୀବନର ଷଡ଼ଋତୁ ସତରେ କେତେ ସୁନ୍ଦର ଏ ଜୀବନ ଛଅଟି ଋତୁରେ ପରିପୂର୍ଣ, କେବେ ଖରା କେବେ ଛାଇ ଥାଏ ପୁଣି ଖୁସି ଆଉ ଦୁଃଖର ମିଶ୍ରଣ। ମେଘ ଯେବେ ଆସେ ବିଜୁଳୀ ସହିତ କଳା ଆଉ ଧଳା ବାଦଲରେ, ଉଷ୍ଣତାକୁ ଶୀତଳ ପରଶ ଦିଏ ଶ୍ରାବଣର ମୁଷଳ ଧାରାରେ । ଶରତର ନିର୍ମଳ ଭାବନା ଆଣେ ଲହରାଇ ଶୁଭ୍ର କାଶତଣ୍ଡି, ଦର୍ଶନରେ ଭରିଯାଏ ତନୁମନ ହୃଦୟକୁ ଦରାଣ୍ଡି ଦାରାଣ୍ଡି । ଠପ୍ ଠପ୍ ଜୀବନ୍ତ ଶିଶିର ପଡେ ଜୀବନର ହେମନ୍ତ ରେ ଆସି, ରହସ୍ୟରେ ଘେରା ଏ ଜୀବନ ଖୋଜେ ସାଥୀଟେ ଯେ ପାରୁଥିବ ହସି । ଅମାନିଆ ଅଝଟିଆ ଶୀତ ଆସି ଥିରିଥିରି ଦେହକୁ ଥରାଏ, ଅସହାୟ ହୋଇ ଗୁଣୁଗୁଣୁ ସ୍ୱରେ ବିତିଥିବା ଆତ୍ମଗୀତି ଗାଏ। ଶେଷରେ ଋତୁରାଜ ବସନ୍ତଟି ଆସି ଆଶ୍ୱାସନା ଜୀବନକୁ ଦିଏ, ବାକିଅଛି ମଳୟ ପବନ ଏଠି (କିନ୍ତୁ) ତୋ’ ପବନ ଶେଷେ ଉଡିଯାଏ । ଅଚ୍ୟୁତାନନ୍ଦ ଧଳ ଶାସନ ଖାସ୍ , ତିହିଡି, ଭଦ୍ରକ