ଭବାନୀପାଟଣା: ୨୧/୧୨ – (ମ.ନି.ସ) :- ଆଜି ଯଥା ୨୧/୧୨/୨୦୨୨ ତାରିଖ ଦିନ କଳାହାଣ୍ଡି ଜିଲ୍ଲା କେଗାଁ ରେଞ୍ଜ ଅଧିନରେ କାର୍ଯ୍ଯରତ ରେଞ୍ଜର ବେଆଇନ୍ ସମ୍ପତି ଠୁଳ ମାମଲା ଅଭିଯୋଗରେ ୫ ଜଣ ଡିଏସଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟମାନଙ୍କ ନେତୃତ୍ୱରେ ଓଡିଶା ଭିଜିଲାନ୍ସ ଦ୍ବାରା ଏକକାଳୀନ ଚଡାଉ କରାଯାଇଛି। ଶ୍ରୀ କେଶବ ମାଝୀଙ୍କର ୫ ସ୍ଥାନରେ ଚଡାଉ କରିବା ନେଇ ମାନ୍ଯବର ସ୍ଵତନ୍ତ୍ର ଜର୍ଜ ଭିଜିଲାନ୍ସ ଭବାନୀପାଟଣା ଦ୍ବାରା ଜାରି କରିଥିବା ଓ୍ବାରେଣ୍ଟର ବଳରେ କର୍ମଚାରୀ ମାନେ ୫ ଟି ସ୍ଥାନରେ ଚଡାଉ କରୁଛନ୍ତି ତାହା ହେଲା କେସିଙ୍ଗା ଟାଉନ ଓମ୍ ନଗରରେ ଅବସ୍ଥିତ ଶ୍ରୀ ମାଝୀଙ୍କ ଆବାସିକ ତିନି ତାଲା ବିଶିଷ୍ଟ କୋଠା, କେଗାଁ ଅଫିସ ଚାମ୍ବର, କେଗାଁ ସରକାରୀ ବାସଭବନ, ମାଝୀଙ୍କ ନିଜ ବାସସ୍ଥାନ ବ୍ରାହ୍ମଣୀ କେସିଙ୍ଗା ମଧ୍ୟରେ ଚଡାଉ କାର୍ଯ୍ଯ ଜାରି ରହିଛି। ପରବର୍ତ୍ତୀ ଅନୁସନ୍ଧାନ ପରେ ହଁ ଅନ୍ଯାନ୍ଯ ଘଟଣା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଜଣାପଡିବ।
previous post
next post